ସ୍ୟାଣ୍ଡଆର୍ଟ
ଚାଲିଛି ପାର୍ବଣର ରୂତୁ। ଆସନ୍ତା ଶୁକ୍ରବାର ପବିତ୍ର ଦଶହରା। ଦଶହରା ଉପଲକ୍ଷେ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିଆରା କଳାକୃତି। ସୁଦର୍ଶନ ୧୨ ପ୍ରକାର ପନିପରିବା ଦ୍ବାରା ବେଳାଭୂମିରେ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି। ସେପଟେ ଏହି ସୁନ୍ଦର ବାଲୁକାକଳାରେ ନିର୍ମାଣ ହୋଇଥିବା ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ବେଳାଭୂମିରେ ଅନେକ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବାଲୁକାକଳାରେ ସୁଦର୍ଶନ HAPPY DURGA PUJA ର ବାର୍ତ୍ତା ଓ STAY SAFE AND STAY HEALTHYର ବାର୍ତ୍ତା ଦେଇଛନ୍ତି ।
