ସ୍ୟାଣ୍ଡଆର୍ଟ

ଲୌହ ମାନବ ସର୍ଦାର ବଲ୍ଳବ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ। ଶ୍ରୀ ପଟେଲଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟ୍ୟମରେ ସୁଦର୍ଶନ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପଟେଲ ଲୌହ ମାନବ ଭାବେ ପରିଚିତ ହୋଇଥିବାରୁ ବାଲୁକା କଳାରେ ସୁଦର୍ଶନ ବାଲି ସହ ପ୍ରାୟ ୨୦ କେଜି ଲୁହା ବ୍ୟବହାର କରିଛନ୍ତି। ଏହି ବାଲୁକାକଳାଟି ବେଶ ଆକର୍ଷଣୀୟ ହୋଇଥିବା ବେଳେ ପର୍ଯ୍ୟଟକମାନେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *