ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ପଦ୍ମଶ୍ରୀ ସୁଦର୍ଶନ ପଟନାୟକଙ୍କ ବାଲୁକା କଳା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ତମ ଜନ୍ମଦିନ ଅବସରରେ ବାଲୁକାକଳାରେ ଶୁଭେଚ୍ଛା ଓ ଅଭିନନ୍ଦନ ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ନିଜ ବାଲୁକାକଳାରେ ମୋଦୀଙ୍କର ପ୍ରତିମୂର୍ତ୍ତି ସହ ୭୫୦ ଟି ଲୋଟସ ପଦ୍ମଫୁଲ ସହ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ବାଲୁକାକଳାରେ ପଦ୍ମଶ୍ରୀ ସୁଦର୍ଶନ ଭିନ୍ନ ଏକ ବାର୍ତ୍ତା ଦେଇଛନ୍ତି। ଭାରତ କି ଉଡାନ ମୋଦୀ କେ ସାଥ,,ଏହା ଲେଖିଛନ୍ତି ସୁଦର୍ଶନ। ମୋଦୀଜୀଙ୍କର କାର୍ଯ୍ୟ ଧାରା ଭାରତବର୍ଷକୁ ଶୀର୍ଷରେ ପହଞ୍ଚାଇଛି। ଆମେରିକାର ଟ୍ରମ୍ପଙ୍କ ଟାରିଫ୍ ଆଟାକ ହେଉ କି ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୁର ହେଉ ସବୁ କ୍ଷେତ୍ରରେ ମୋଦୀ ଜୀ ଭାରତକୁ ଗୌରାବନ୍ବିତ କରିଛନ୍ତି ବୋଲି କହିଛନ୍ତି ସୁଦର୍ଶନ।
