ସୁଦର୍ଶନ ପଟନାୟକଙ୍କଗଣେଶ ପୂଜା ସ୍ୟାଣ୍ଡ ଆର୍ଟ
ପ୍ରଭୁ ଗଜାନନଙ୍କ ପୂଜା ତଥା ଗଣେଶ ପୂଜାକୁ ନେଇ ସାରା ଦେଶ ଏବେ ଉତ୍ସବ ମୁଖର। ସବୁଆଡ଼େ ଗଣେଶ ପୂଜା କୁ ଧୁମଧାମରେ ପାଳନ ପାଇଁ ହୋଇଛି ବ୍ୟାପକ ଆୟୋଜନ । ଏହି ଅବସରରେ ଗଣେଶ ପୂଜାର ଅଭିନନ୍ଦନ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏକ ନିଆରା ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ସୁଦର୍ଶନ। ବାଲିରେ ଲେମନ୍ ଗଣେଶ ମୂର୍ତି ସେ ନିର୍ମାଣ କରିଛନ୍ତି। ଦେଢ଼ ହଜାର (୧୫୦୦) ଲେମ୍ବୁକୁ ଏହି ବାଲୁକା ଚିତ୍ରକଳାରେ ସ୍ଥାପନ କରାଯାଇଛି। ଯାହାକି ବେଶ୍ ଆକର୍ଷଣୀୟ ହୋଇଚି। ତେବେ ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମ ନିର୍ଭର ଭାରତ ‘ ର ବାର୍ତ୍ତା ରହିଛି । ଲୋକାଲ ଫର ଭୋକାଲର ବାର୍ତ୍ତା ମଧ୍ୟ ରହିଛି। ବ୍ରହ୍ମୋଷ, ବାୟୂ ପ୍ରତିରକ୍ଷା ପ୍ରଣାଳୀ ସୁଦର୍ଶନ ଚକ୍ର, ମେକ୍ ଇନ୍ ଇଣ୍ଡିଆ ପ୍ରଭୃତି ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ଏହି ବାଲୁକା ଚିତ୍ରକଳାରେ ଦର୍ଶାଯାଇଛି।
