ମୋଦି ଜୀ ଙ୍କ ୭୨ ତମ ଜନ୍ମଦିବସ ଉପଲକ୍ଷେ ବାଲୁକା କଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୨ ତମ ଜନ୍ମ ଦିବସ ଉପଲକ୍ଷେ ବାଲୁକା କଳା ମାଧ୍ୟମରେ ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ପୁରୀ ବେଳାଭୂମି ରେ ବାଲୁକା ରେ ୧ ହଜାର ୨୧୩ ଟି ମାଟି ଚା କପ ସହ ହାପି ବର୍ଥଡେ ମୋଦିଜି ଲେଖି ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ସୁଦର୍ଶନ ।ବାଲୁକା କଳା ଟି ଅତି ସୁନ୍ଦର ଦେଖାଯିବା ସହ ଏହାର ଉଚ୍ଚତା ୫ଫୁଟ ରହିଛି ।କଳାକୃତି ଟି ୫ ଟନ ବାଲି ରେ ତିଆରି ହୋଇଛି ।ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ପ୍ରତ୍ୟେକ ବର୍ଷ ସୁଦର୍ଶନ ଭିନ୍ନ ଭିନ୍ନ କଳା କୃତି କରୁଥିବା ବେଳେ ଚଳିତ ବର୍ଷର କୃତି ଟି ବେଶ ଆକର୍ଷଣୀୟ ହୋଇଛି ।ଜଣେ ସାଧାରଣ ଚା ବିକାଳୀ ରୁ ପ୍ରଧାନ ସେବକ ପର୍ଯ୍ୟନ୍ତ ଏ ଯାତ୍ରା କୁ ଅନେକ ଅନେକ ଶୁଭେଛା ବୋଲି କହିଛନ୍ତି ସୁଦର୍ଶନ ।

Leave a Reply

Your email address will not be published. Required fields are marked *