ଖ୍ୟାତନାମା ଗାୟିକା ଆଶା ଭୋସଲେ ଙ୍କ ବିୟୋଗରେ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି
ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଖ୍ୟାତିନାମା ଗାୟିକା ଆଶା ଭୋସଲେ । 92 ବର୍ଷ ବୟସରେ ଆଖି ଭୂଜିଲେ ଆଶା ଭୋସଲେ l ତାଙ୍କ ବିୟୋଗକୁ ନେଇ ସାରା ଦେଶ ସ୍ତବ୍ଧ । ଏହି ଅବସରରେ ପୁରୀ ବେଳାଭୂମିର ନିଳାଦ୍ରୀ ବିଚରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ର କଳା ମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବାଲୁକା ଚିତ୍ରକଳାରେ ଆଶାଜୀଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯାଇଥିବାବେଳେ ବୀଣାକୁ ମଧ୍ୟ ସ୍ଥାନ ଦିଆଯାଇଛି। ଆଶା ଭୋଶଲେ ପରଲୋକ ଭାରତ ପାଇଁ ଅପୂରଣୀୟ କ୍ଷତି । ସେ ୭୦ ବର୍ଷ ଧରି ସଂଗୀତ ଦୁନିଆରେ ଆକ୍ଟିଭ୍ ରହିଥିଲେ । ସେ ଭିନ୍ନ ଭିନ୍ନ ଭାଷାରେ ୧ ହଜାରରୁ ଅଧିକ ଗୀତ ଗାଇଛନ୍ତି । ତାଙ୍କୁ ୨୦୦୦ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା । ସେହିଭଳି ୨୦୦୮ ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । “କେବଳ ଭାରତ ନୁହେଁ, ବିଶ୍ବବ୍ୟାପୀ ସେ ଥିଲେ ଜଣେ ପରିଚିତ କଣ୍ଠଶିଳ୍ପୀ । ଭାରତବର୍ଷ ଏକ ଅମୂଲ୍ୟ ରତ୍ନକୁ ହରାଇବା ସହ ଏକ ଅପୂରଣୀୟ କ୍ଷତି ସହିଛି” ବୋଲି କହିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
