ସ୍ୟାଣ୍ଡଆର୍ଟ

ପୁରୀ- କରୋନା ମହାମାରୀ ଉପରେ ଦେଶର ବୃହତ ବିଜୟ। ଭାରତରେ ଶହେ କୋଟି ଅତିକ୍ରମ କରିଛି ଟିକାକରଣ। ଲାର୍ଜେଷ୍ଟ ଭେକସିନେସନକୁ ନେଇ ପୁରୀ ନିଳାଦ୍ରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ବିଶାଳ ବାଲୁକାକୃତି। ପ୍ରାୟ ୧୪ଫୁଟ ଚଉଡାର ଏହି ବାଲୁକାକୃତି ଜରୀଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଉଦ୍ୟମରେ ଦେଶବାସୀଙ୍କୁ ଏକାଠି କରି ଭେକସିନେସନ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ବିଶେଷ କରି ଯେଉଁ ମାନେ ଭେକସିନେସନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ବାଲୁକାକୃତିରେ ଶହେ କୋଟି ଭାରତୀୟଙ୍କର ଏକ ପ୍ରତିକାତ୍ମକ ଛବି ପ୍ରଦର୍ଶିତ କରିବା ସହିତ ଭେକ୍ସନର ଚିତ୍ର ମଧ୍ୟ ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ବିଶ୍ୱରେ କରୋନା ମହାମାରୀ ଉପରେ ଭାରତର ଏହା ଏକ ବଡ ବିଜୟ ବୋଲି କହିଛନ୍ତି ସୁଦର୍ଶନ।

Leave a Reply

Your email address will not be published. Required fields are marked *