ସଂଜୀବ ବିଶ୍ୱାଳ ଏକ ବିରାଟ ସମାବେଶ କରି ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି
– ଜଗତସିଂହପୁର ଜିଲ୍ଲା ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ର ଆମ୍ବଶାଳ ଠାରେ ବିଜୁ ଜନତା ଦଳର ଯୁବ ନେଇ ସଂଜୀବ ବିଶ୍ୱାଳ ଏକ ବିରାଟ ସମାବେଶ କରି ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ରେ ନେତୃତ୍ୱ ପରିବର୍ତ୍ତନ ନେଇ ଏବେ ଚର୍ଚ୍ଚା ଜୋର ଧରଛି । ତେଣୁ ଆଜିର ଏହି ଜନ ସମୁଦ୍ର ପ୍ରମାଣିତ କରୁଛି ଯେ ଯୁବ ନେତା ସଂଜୀବ ବିଶ୍ୱାଳ ଙ୍କ ସହିତ ଏହି ଜଣ ସମୁଦ୍ର ରହିଛି । ଲୋକଙ୍କ ଭଲ ପାଇବା ଏହି ସମାବେଶ ରୁ ହିଁ ପ୍ରମାଣିତ କରୁଛି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ନେତୃତ୍ୱ କୁ ଗୁରୁତ୍ୱ ଦେଉଥିବା ବେଳେ ଆଗାମୀ ଦିନରେ ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଟିକେଟ ଦିଅନ୍ତି ତେବେ ବହୁ ଭୋଟ ରେ ସେ ବିଜୟ ଲାଭ କରିବେ ବୋଲି ସଂଜୀବ କହିଛନ୍ତି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ବୋଲି ସେ ଆଶା ବାନ୍ଧିଥିବା କହିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ
