ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବେ ଯୁବ ନେତା ସଂଜୀବ ବିଶ୍ୱାଳ

ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଶାରଦା ଜେନାଙ୍କୁ ପ୍ରାର୍ଥୀ ଘୋଷଣା ହେବା ପରେ ଟିକେଟ ପାଇଁ ଆଶାୟୀ ଥିବା ଯୁବ ନେତା ସଞ୍ଜୀବ ବିଶ୍ୱାଳ ସ୍ବାଧୀନରେ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି ।ସଞ୍ଜୀବ ବିଶ୍ୱାଳ ମା ଶାରଳାଙ୍କ ଦର୍ଶନ କରି ବାଲିକୁଦା ବ୍ଲକ ସଦେଇପୁର ଛକ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ନିଜ ଜନ୍ମ ମାଟି ବଡ଼ଗାଁ ପର୍ଯ୍ୟନ୍ତ ଯାଇଥିଲେ । ସମାଜସେବୀ ତଥା ବିଜେଡି ଯୁବ ନେତା ସଂଜୀବ ବିଶ୍ୱାଳ ଦୀର୍ଘ ଦିନ ହେବ ବାଲିକୁଦା-ଏରସମା ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଦଳୀୟ ସଙ୍ଗଠନକୁ ସୃଦୃଢ଼ କରିଥିଲେ । ବିଜୁ ଜନତା ଦଳକୁ ସଂଗଠିତ କରିଥିଲେ । ଦଳର ଏଭଳି ନିଷ୍ପତ୍ତି ରେ ସଂଜୀବ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସ୍ୱାଧୀନ ଭାବରେ ଲଢ଼ିବା ନିଷ୍ପତ୍ତି ନେଇ ଛନ୍ତି । ସଂଜୀଵଙ୍କ ସହିତ ରହିଥିବା ଦଳୀୟ ଲୋକମାନେ ନିଷ୍ପତ୍ତି, ଲୋକଙ୍କ ଭଲ ପାଇବା ଓ ସମର୍ଥନକୁ ନେଇ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରିବା ସହିତ ସମାଜସେବାକୁ ଆହୁରି ଆଗକୁ ନେବାକୁ ସହଜ ହେବ ବୋଲି କହିଛନ୍ତି ସଂଜୀବ ବିଶ୍ୱାଳ।

Leave a Reply

Your email address will not be published. Required fields are marked *