ସଞ୍ଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଞ୍ଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ:ଟିସିସି,ଭୁବନେଶ୍ୱର ଚମ୍ପିୟାନ.ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ପଞ୍ଚାୟତ ଗୁଲଜାନଗରପାଟଣା ସ୍ଥିତ ମା ତାରିଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ସଞ୍ଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଟିସିସି,ଭୁବନେଶ୍ୱର ଓ ୟୁନିୟନ ସ୍ପୋଟିଂ,କଟକ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୟୁନିଅନ ସ୍ପୋର୍ଟିଂ କ୍ଲବ, କଟକକୁ ୯ ୱିକେଟରେ ପରାସ୍ତ କରି ଟିସିସି,ଭୁବନେଶ୍ୱର ଚମ୍ପିୟାନ ହୋଇଛି।ଆଜିର ଏହି ଫାଇନାଲ ମ୍ୟାଚରେ ୟୁନିଅନ ସ୍ପୋଟିଂ, କଟକ ଟସ ଜିତି ପ୍ରଥମେ ନିର୍ଦ୍ଧାରିତ ୨୫ ଓଭର ବିଶିଷ୍ଟ ଖେଳରେ ବ୍ୟାଟିଂ ଆରମ୍ଭ କରି ସମସ୍ତ ୱେକେଟ୍ ହରାଇ ୧୭୧ ରନ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ଗଣେଶ ୪୮ ରନ (୩୮ବଲ),କାମେଶ୍ୱର ବାରିକ ୪୪ ରନ(୩୬ବଲ) କରିଥିବା ବେଳେ ଭୁବନେଶ୍ୱର ତରଫରୁ କାଳିଆ ସାହୁ ୩ ଓଭର ବୋଲିଂ କରି ୧୯ ରନ ଦେଇ ୩ ୱିକେଟ ଓ ରାଜେଶ କୁମାର ୪.୧ ଓଭର ବୋଲିଂ କରି ୧୬ ରନ ଦେଇ ୨ ୱିକେଟ ଦଖଲ କରିଥିଲେ।ଜବାବରେ ଭୁବନେଶ୍ୱର ୨୦.୨ ଓଭର ବ୍ୟାଟିଂ କରି ୧ ୱିକେଟ୍ ହରାଇ ୧୭୨ ରନ କରି ବିଜୟ ହୋଇଥିଲା।ଦଳ ପକ୍ଷରୁ ସତ୍ୟଜିତ ସାବତ ୧୦୦ ରନ (୬୬ବଲ) ଓ ଅନୁରାଗ ଷଡ଼ଙ୍ଗୀ ୫୮ ରନ (୪୬ବଲ) ସଂଗ୍ରହ କରିଥିବା ବେଳେ କଟକର ଶୁଭମ ପ୍ରିୟଦର୍ଶୀ ୫ ଓଭର ବୋଲିଂ କରି ୪୨ ରନ ଦେଇ ୧ ୱିକେଟ୍ ଓ ସମ୍ପଦ କୁମାର ଦାସ ୫ ଓଭର ବୋଲିଂ କରି ୧୭ ରନ ଦେଇଥିଲେ।ଖେଳକୁ ଓସିଏ ଅମ୍ପାୟର ବିଭୁ ପ୍ରସାଦ ଚୌଧୁରୀ ଓ ସୁମେନ୍ଦ୍ର ପାତ୍ର ପରିଚାଳନା କରିଥିଲେ।ଚିରଞ୍ଜିବ୍ ବଳ(ଓସିଏ)ସ୍କୋରର ଦାୟିତ୍ବ ତୁଲାଇଥିଲେ।ସଞ୍ଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତରଫରୁ ସଭାପତି ଦିଲ୍ଲୀପ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ,ବିଶିଷ୍ଟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଓ ସମ୍ମାନିତ ଅତିଥି ଭାବେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ସରପଞ୍ଚ ରଞନ କୁମାର ଦାଶ, ବିଜେପି ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ଜେନା ପ୍ରମୁଖ ଯୋଗଦେଇ ଚାମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିବା ସହ ସତ୍ୟଜିତ ସାବତ( ମ୍ୟାନ ଅଫ ଦ ମ୍ୟାଚ),ଶୁଶିଲ କୁମାର ବାରିକ(ମ୍ୟାନ ଅଫ ଦ ସିରିଜ),କ୍ଷମା ସାଗର ବଳ(ବେଷ୍ଟ ବ୍ୟାଟସ ମ୍ୟାନ),ବାସୁକିନାଥ ତିୱାରୀ(ବେଷ୍ଟ ବୋଲର) ଓ ବିନୟ ପାଇକରାୟଙ୍କୁ(ବେଷ୍ଟ ଫିଲଡର) ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *