ଶଙ୍ଖଚିଲା ମା’ହିଙ୍ଗୁଳାଙ୍କ ୯୫ତମ ବିଶ୍ବଶାନ୍ତି ମହାଯଜ୍ଞ ଉତ୍ସବ

ଶଙ୍ଖଚିଲା ମା’ହିଙ୍ଗୁଳାଙ୍କ ୯୫ତମ ବିଶ୍ବଶାନ୍ତି ମହାଯଜ୍ଞାତ୍ସବ ୧୧ରୁ ଆରମ୍ଭଆମିଷ ଭୋଜନ, ରାତ୍ରିପାକ, ଅପେରା ଓ ଜୁଆଖେଳ ନିଷେଧ ପାଇଁ ସାମ୍ମାଦିକ ସମ୍ମିଳନୀରେ ସୂଚନାଯାଜପୁର ଜିଲାର ପ୍ରସିଦ୍ଧ କୋରାଇ ବ୍ଳକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ମା’ ହିଙ୍ଗୁଳାଙ୍କ ୯୫ତମ ମହାଯଜ୍ଞାସୁବର ବିଧବଦ୍ଧ ପ୍ରସ୍ତୁତି ବୈଠକ ଓ ସାମ୍ମାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ୯ ଦିନ ବ୍ୟାପୀ ଅନୁଷ୍ଠିତ ଯଜ୍ଞାତ୍ସବ ଏପ୍ରିଲ ୧୧ତାରିଖରୁ ଆରମ୍ଭ ହୋଇ ୧୯ତାରିଖରେ ଶେଷ ହେବା ନେଇ ପ୍ରସ୍ତୁତି ଖସଡା ସଂପର୍କରେ ଆଲୋଚନା ହୋଇଥିଲା । ଏପ୍ରିଲ ୧୧ତାରିଖ ଶୁଭାରମ୍ଭ ରାତ୍ର ୧୦ଘଟିକାରୁ କଳସବୁଡା, ୧୨ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ, ନାମଯଜ୍ଞର ଶୁଭାରମ୍ଭ ଓ ସାହସ୍କୃତିକ କାର୍ଯ୍ୟକ୍ରମ, ୧୩ତାରିଖ ଯଜ୍ଞକାର୍ଯ୍ୟ ଜାରି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ୧୪ ତାରିଖ ମହାଯଜ୍ଞର ପୂର୍ଣ୍ଣାହୁତି ରାତ୍ରିଚତୁର୍ଥ ପ୍ରହରରେ ହେବ ବୋଲି ସୂଚାନା ଦିଆଯାଇଥିଲା । ୧୫ତାରିଖ ଦିନ ଅପରାହ୍ନ ୪ ଘଟିକାରେ ଯଜ୍ଞଚରୁ ବଂଟନ ସହ ନାମଯଜ୍ଞବଂ ୧୬ତାରିଖ ନଗରଭ୍ରମଣ ଓ ନାମଯଜ୍ଞ ଉଦ୍‌ଯାପିତ ହେବ । ୧୯ ତାରିଖ ସକାଳରେ ଯଜ୍ଞଭସ୍ମ ମହାସ୍ନାନ ଓ ବାଲ୍ୟଲୀଳା ପରେ ଅପରାହ୍ନ ୩ଘଟିକାରେ ପବିତ୍ର ଯଜ୍ଞଭସ୍ମ ଦେବୀଙ୍କ ପୀଠରୁ ବାହାରି ପୂର୍ବତୋୟା ବୈତରଣୀ ନଦୀର ଦଶ୍ବାସମେଧ ଘାଟରେ ବିସର୍ଜନ ହେବ । ଯଜ୍ଞ ଉତ୍ସବ ଦିନଗୁଡିକରେ ଆମିଷ ଭୋଜନା ଓ ରାତ୍ରିପାକ ନିଷେଧ କରାଯାଇଥିଲା ବେଳେ ପୂଜାସ୍ଥଳେ ଜୁଆଖେଳ ଓ ଅପେରା ନାଟକୁ ନିଷେଧ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା l

କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *