କେ.ଏନ.ଜନତା ଉଚ୍ଚ ବିଦ୍ୟାଳୟ ସଜନାପଡାରେ ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ

କେ.ଏନ.ଜନତା ଉଚ୍ଚ ବିଦ୍ୟାଳୟ ସଜନାପଡାରେ ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ
ନୟାଗଡ଼ ତା ୦୨. ୯ ନୟାଗଡ଼ ବ୍ଲକ ଆନ୍ତର୍ଗତ କେ. ଏନ୍. ଜନତା ଉଚ୍ଚ ବିଦ୍ୟାଳୟ, ସଜନାପଡ଼ା ଠାରେ ଅଖିଳଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳସଂସ୍କୃତ ଅଭ୍ୟାସଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମୁଖ୍ୟଅତିଥି, ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତଅତିଥିଭାବେ ଯୋଗଦେଇଥିଲେ। ସଭାରେ ଖଳିସାହି ଉଚ୍ଚବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତଶିକ୍ଷୟିତ୍ରୀ ବୀଣାପାଣି ସାହୁ ସ୍ବାଗତ ଭାଷଣ ଓ ଶିକ୍ଷୟିତ୍ରୀ ଇପ୍ସିତା ମିଶ୍ର ଅତିଥି ପରିଚୟ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅମୃତବାଣୀ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଜୟପ୍ରକାଶ ଶାସ୍ତ୍ରୀ ଏହି ଶିବିର ପରିଚାଳନା କରୁଥିଲେ। ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ସନ୍ଦୀପ ରାଉତ, ସଂସ୍କୃତ ଗୀତଗାନରେ ତୁଳସୀ ନାୟକ ଓ ଭାଷଣରେ ଅନିମେଶ ରାଉତରା ପ୍ରଥମ ସ୍ଥାନ ହାସଲ କରିଥିଲେ। ଶିକ୍ଷକ ସୁବ୍ରତ ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍କୃତ ଭାଷାରେ ନାଟକ ଓ ଲୋକନୃତ୍ୟ ପରିବେଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *