ଭୁଷଳ ପରିବେଶ କ୍ଲବ ” ତରଫ ରୁ ଚାରା ରୋପଣ

“ଭୁଷଳ ପରିବେଶ କ୍ଲବ ” ତରଫ ରୁ ଚାରା ରୋପଣ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ହରିହର ସାହୁ ଓ ପରିବେଶବିତ ବିଜୟ କୁମାର ସାମନ୍ତଙ୍କ ପ୍ରେରଣା ରେ ପ୍ରେରିତ ହୋଇ ଭୁବନ ବ୍ଲକ ଅନ୍ତର୍ଗତ ଭୁବନ ବନ।ଞ୍ଚଳର ରେଞ୍ଜର ରାକେଶ କୁମାର ଦଳେଇ ଙ୍କ ସହଯୋଗରେ ଭୁଷଳ ଗ୍ରାମର ଯୁବକ ମାନେ “ଭୁଷଳ ପରିବେଶ କ୍ଲବ ” ଗଠନ କରି ଚଳିତ ମୌସୁମୀ ଋତୁ ରେ ୨୦୦ରୁ ଅଧିକ ବୃକ୍ଷ ରୋପଣ କରିସାରିଲେଣି। ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟା ସମୟରେ ବୃକ୍ଷ ରୋପଣ କରାଯାଉଛି । ଭୁଷଳ ଗ୍ରାମ ର ବିଜ୍ଞାନ ଶିକ୍ଷକ ଅଭୟ କୁମାର ଶତପଥିଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ହେଉଅଛି ।

ଏଥିରେ ଗ୍ରାମର ଯୁବକମ।ନେ ଯଥା- ବଣ୍ଟି , ବାପି, ବୁବୁ,ଟୁନା, ବିଚିତ୍ରାନନ୍ଦ,ଲୁଲୁ, ଶରତ,ଜଗା,ପଦନ,କମଳ,ରିଙ୍କୁ,କାଳିଆ,ବବୁଲ, ସିପୁ,ଆରୀୟନ୍ ଆଦି ୨୦ରୁ ଅଧିକ ଯୁବକ ମାନେ ସାମିଲ ହୋଇ ପ୍ରତ୍ୟେକ ଦିନ ଭୁଷଳ ଗ୍ରାମ ପଂଚାୟତ ଆଗରେ ,ଭୁଷଳ ଗ୍ରାମ ପଂଚାୟତ ମୁଖ୍ୟ ରାସ୍ତା ପାର୍ଶ୍ୱରେ ,ଭୁଷଳ ସ୍କୁଲ ଆଗରେ ଓ ହତା ମଧ୍ୟରେ ବିଭିନ୍ନ ପ୍ରକାର ଗଛ ଯଥା-ବର ଗଛ,ଅଶ୍ଵତ୍ଥ, କଦମ୍ବ, ବଉଳ, ଅର୍ଜୁନ, ପେଷ୍ଟା ବାଦାମ,ନିମ୍ବ, କରଞ୍ଜ ଆଦି ରୋପଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *