ନୁଆ ପାହାଚରେ ନୀଳମଣି
ନୁଆ ପାହାଚରେ ନୀଳମଣି କୋଣାର୍କ – କୋଣାର୍କ ନିକଟସ୍ଥ ଦଶବଟିଆ ଗ୍ରାମରେ ବାସ କରୁଥିବା ସିଆରସିସି କୃଷ୍ଣଚନ୍ଦ୍ର ବଳବନ୍ତରାୟଙ୍କ ପୁତ୍ର ନୀଳମଣି ସିଦ୍ଧାର୍ଥ ବଳବନ୍ତରାୟ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୬ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଯୁବ ପିଢ଼ିରୁ ଉଚ୍ଚ ସ୍ବପ୍ନ ଦେଖୁଥିବା ନୀଳମଣି ଏବେ ଓଡିଶା ପ୍ରଶାସନିକ ସେବାର ବଡ ପଦବୀର ତଥା ନୁଆ ପାହାଚରେ ଅବତୀର୍ଣ୍ଣ ହୋଇଛନ୍ତି। ଗୋପ ବ୍ଲକରେ ଶିକ୍ଷକ ତଥା ସିଆରସିସି ଭାବରେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ବଳବନ୍ତରାୟ ଓ ସୁନୀତା ସାହୁଙ୍କ ପୁତ୍ର ହେଉଛନ୍ତି ନୀଳମଣି। ତାଙ୍କର ପୁର୍ବ ବାସସ୍ଥାନ ଗୋପ ବ୍ଲକ ସିଶୋ ଗ୍ରାମରେ। ସେ ଦୀର୍ଘବର୍ଷ ହେବ କୋଣାର୍କ ନିକଟସ୍ତ ବନାଖଣ୍ଡି ପଞ୍ଚାୟତ ଦଶବଟିଆ ଗ୍ରାମରେ ବାସ କରୁଛନ୍ତି। ତାଙ୍କର ସଫଳତା ନିଜ ପରିବାର ପାଇଁ ଗର୍ବ ଆଣିଥିବା ବେଳେ ଗୋପ ଓ କୋଣାର୍କ ଅଞ୍ଚଳ ପାଇଁ ଗୌରବ ଆଣିଛି। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ଓ ତାଙ୍କ ପିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
