ସରଗି ଫୁଲ୍
କଳା ଓ ପ୍ରତିଭାର କଥା କୁହେ ‘ସରଗି ଫୁଲ୍’
କୋଣାର୍କ,୧୯.୧୧- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ପୁରୀ ଜିଲ୍ଲା ସ୍ତରୀୟ ସରଗି ଫୁଲ୍ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୮ଟି ବିଦ୍ୟାଳୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନଙ୍କ ବିକାଶ ଓ ପ୍ରୋତ୍ସାହନ ଲକ୍ଷ୍ୟରେ ପ୍ରତିବର୍ଷ ସେମାନଙ୍କ ମଧ୍ୟରେ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ମନୋଭାବ ନେଇ ଅନୁଷ୍ଠିତ ହୁଏ ଶିଶୁ ମହୋତ୍ସବ ସରଗି ଫୁଲ୍ କାର୍ଯ୍ୟକ୍ରମ। ଦିନ ତମାମ ସମସ୍ତ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ନୃତ୍ୟ ଗୀତ ପରିବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିଥି ଭାବେ କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଚମ୍ପାହାର ଅଗ୍ନିଶମ ବାହିନୀ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀନିବାସ ମହାନ୍ତି ପ୍ରମୁଖ ଯୋଗ ଦେଇ ସରଗି ଫୁଲ୍ କାର୍ଯ୍ୟକ୍ରମ ର ମହତ୍ତ୍ବ ଓ ପିଲାମାନଙ୍କ ସାମଗ୍ରିକ ବିକାଶ ଉପରେ ଏହା କିପରି ସହାୟକ ହେଉଛି ତାହା ମତବ୍ୟକ୍ତ କରିଥିଲେ । ‘ସରଗି ଫୁଲ୍’ କଳା ଓ ପ୍ରତିଭାର କଥା କୁହେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ନିହାର ପ୍ରସାଦ ଲେଙ୍କା ପରିଚାଳନା କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟ ନାରାୟଣ ମିଶ୍ର, ଅଭୟ କୁମାର ମଲ୍ଲ , ଅର୍ଜୁନ ଦଳାଇ, ଗୌରୀ ଶଙ୍କର ଜେନା, ଭାଗିରଥୀ ପାଇକରାୟ, ଶିକ୍ଷୟତ୍ରୀ ନୟନା ଶତପଥି, ସୁଲୋଚନା ବେହେରା, ଶିଲା ଭଟ୍ଟ, ବନଜା ମହାନ୍ତି, ଦୀପିକା ଜେନା, ରିତା କୁମାରୀ, ବର୍ଷା ବିଜୟିନୀ, ଅମିୟ ପ୍ରିୟଦର୍ଶିନୀ ଧାରୁଆ, ଶୁଭସ୍ମିତା ପାଇଟାଳ ଓ ଚିନ୍ମୟୀ ପାଢ଼ୀଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ସ୍କୁଲର ପ୍ରାୟ ୫ ଶହରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।
