ସାରସ୍ବର ସମାରୋହ ଉଦ୍ ଯାପିତ

ତା-୧୪/୦୧/୨୦୨୫ କପ୍ତିପଦା- ଉତ୍ତର ଓଡିଶାର ଗଣପର୍ବ ମକର ଉପଲକ୍ଷେ କପ୍ତିପଦା ଉପଖଣ୍ଡର ସମୀବୃକ୍ଷ ପର୍ଯ୍ୟଟନ ବଳୟର ମା ଟାଂଗରାଶୁଣୀ ଶକ୍ତିପୀଠରେ ଟାଂଗରାଶୁଣୀ ମହୋତ୍ସବ-୨୦୨୫ ଏବଂ ୩୧ ତମ ରାଜ୍ୟସ୍ତରୀୟ ମକର ମିଳନ ଓ ସାରସ୍ବତ ସମାରୋହ ବହୁ ଭାଷା ସାହିତ୍ୟ-କଳା-ସଂସ୍କୃତି -ପ୍ରେମୀ ମାନଂକୁ ନେଇ ଅନୁଷ୍ଠିତ ହୋଇ ଯାଇଅଛି ।ଏହି ସଭାକୁ ପ୍ରଦୀପ ପ୍ରଜ୍ଜଳନ ସହ ବାଲେଶ୍ବରର ଚେତନା ସାହିତ୍ୟର ସଂପାଦକ ସୁ-ସାହିତ୍ୟିକ ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଦ୍ ଘାଟନ କରିଥିବା ବେଳେ ଉଦଳାର ବିଶିଷ୍ଟ ଶିକ୍ଷାବିତ ପ୍ରବଚକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦାସବାବୁ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ ମକର ଉପଲକ୍ଷେ ସଭିଂକୁ ଶୁଭେଛା ଜଣେଇବାସହ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟ ତାଂକ ଜୀବନର ବ୍ରତ ବୋଲିବକହି ସଭିଂକ ମନ ଜିଣିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟକାର ଚେତନା ସାହିତ୍ୟ ସଂସଦର ସଂପାଦକ ଶରତ ଚନ୍ଦ୍ର ମହାପାତ୍ର ମକର ପର୍ବର ଐତିହ୍ୟ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଆଲୋକପାତ କରିବା ସହ ଟାଂଗରାଶୁଣୀ ମହୋତ୍ସବର ପ୍ରାଣ ପ୍ରତିଷ୍ଠାତା ଦିବଂଗତ ସାରସ୍ବତ ସାଧକ ଅଧ୍ୟାପକ ପ୍ରଶାନ୍ତ ବେହେରାଂକ ସାହିତ୍ୟ ଯାତ୍ରାକୁ ପ୍ରଶଂସା କରିଥିଲେ ଏଵଂ ସେହି ସାହିତ୍ୟ ଧାରାକୁ ଆଜି ପର୍ଯ୍ୟନ୍ତ ଚଳାଇ ଆସୁଥିବା ତାଂକ ପରିବାର ବର୍ଗକୁ ସାଧୁବାଦ ଜଣାଇଥିଲେ । ବାଲେଶ୍ବର ରୁ ବରେଣ୍ୟ ବକ୍ତା ଭାବେ ସୁସାହିତ୍ୟିକ ଡ. ଶରତଚନ୍ଦ୍ର ମହାନ୍ତି ମୟୂରଭଂଜର ମକର ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସାରସ୍ବତ ସାଧକ ମାନେ ବେତନଟୀରୁ ଶିକ୍ଷାବିତ ପର୍ଶୁରାମ ସାହୁ, ବାରିପଦାରୁ ଡ. ସରୋଜ ନାୟକ ଏବଂ ଶିକ୍ଷାବିତ ଅମିତାଭ ମିଶ୍ର ଯୋଗଦାନ କରି ମୟୂରଭଂଜର ମକର ଉତ୍ସବର ବିଭିନ୍ନ ଦିଗ ବିଷୟରେ ଅଭିଭାଷଣ ରଖିଥିଲେ । ସମ୍ମାନିତ ବକ୍ତାଭାବେ ପ୍ରମେୟର ସାମ୍ବାଦିକ, ସଂଗଠକ ତଥା ମୟୂରଭଂଜର ସୁଯୋଗ୍ୟ ସନ୍ତାନ ସଂଜୟ ଚୌଧୁରୀ ମକର ପର୍ବ ଏବଂ ମୟୁରଭଂଜର କଳା ସଂସ୍କୃତି ବିଷୟରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । କବିତାପାଠର ସଂଯୋଜନାର ଭାର ମୁଣ୍ଡାଇଥିବା ସୁଶ୍ରୀ ନମିତା ରାଉତ ଏବଂ ଶିବ ଶଂକର ଭୂୟାଁ ଅତି ସୁନ୍ଦର ଭାବେ ସଂଯୋଜନା କରି ଯେଉଁ ଅତିଥି କବିମାନଂକୁ ଆମନ୍ତ୍ରିତ କରିଥିଲେ ସେମାନେ ହେଲେ ସତ୍ୟବ୍ରତ ମିଶ୍ର କରୁଣାକର ଦାସ, ପବିତ୍ର ବେହେରା, ଅବନ୍ତୀ ବେହେରା, ବ୍ୟଂଗକବି ପ୍ରଭାକର ସାହୁ,ପ୍ରଫୁଲ୍ଲ ଖିଲାର, ମିନତୀ ସିଂ, ମମତାମୟୀ ଭୋଇ ଇତ୍ୟାଦି ଇତ୍ୟାଦି । ଏହା ସହିତ ସୁଲେଖିକା ଡ. ନରୁପମା ନାୟକଂକ ସ୍ବରଚିତ ଗବେଷଣା ମୂଳକ ପୁସ୍ତକ “ମୟୂରଭଂଜର ଲୋକଗଲ୍ପ: ଏକ ଅଧ୍ଯୟନ” ଏବଂ ବାହାନଗା ରେଳ ଟ୍ରାଜେଡିରେ ପ୍ରାଣ ହରାଇଥିବା ସାନଖଲାଡି ଗାଁର ଭଣଜା ବାସନ୍ତୀ ବେହେରାଂକ ପୁତ୍ର ର ସ୍ମୃତି ଉଦ୍ଦେଶ୍ୟରେ ଉତ୍ତରା ପ୍ରକାଶନୀ ଦ୍ବାରା ପ୍ରକାଶିତ ସ୍ମୃତି ସଂଖ୍ୟା ” ସ୍ମୃତି ପଣତରେ ମିକୁ” ଅତିଥି ପ୍ରଫୁଲ୍ଲ ମାହାଳିକ, ପ୍ରଫୁଲ୍ଲ ଖିଲାର, ମନ ରଂଜନ ମଲ୍ଲିକ, ସ୍ମୃିତିମୟୀ ଦାସ, ରଂଗଲତା ବେହେରା, ସବିତା ମହାନ୍ତି , ସତୀଶ ଚନ୍ଦ୍ର ବେହେରା, ଶରତ ବେହେରା, ବିଶ୍ବନାଥ ଖିଲାର, ରଣଜିତ ସେଠୀଂକ ଉପସ୍ଥିତିରେ ଉନ୍ମୋଚନ କରା ଯାଇଥିଲା । ପ୍ରତିଭା ପୂଜନ ପର୍ବ-୨୦୨୫ ରେ ସମ୍ମାନିତ ବ୍ୟକ୍ତିତ୍ବ ଓ ସମ୍ମାନ ହେଲେ :୧) ରାଜ୍ୟ ସ୍ତରୀୟ ମକର ମିଳନ ଓ ସାହିତ୍ୟ ସମ୍ମାନ : କବିଗୌରବ ବାହାଦୂର ପାଟଶାଣୀ(ଢେଂକାନାଳ)୨) ମା’ ଟାଂଗରାଶୁଣୀ ସମ୍ମାନ: ୰ଜଗବନ୍ଧୁ ଖିଲାର୩) ସମୀବୃକ୍ଷ ସମ୍ମାନ: ପରମାନନ୍ଦ ତ୍ରୀପାଠୀ(ବାଲେଶ୍ବର)୪) ଟାଂଗିରିଆ ସମ୍ମାନ :ଶିବ ଶଂକର ଭୂୟାଁ(ବାଂଗିରିପୋଷି)୫) ଉଦ୍ଦାଳକ ସମ୍ମାନ: ଡ. ଶରତ ଚନ୍ଦ୍ର ମହାନ୍ତି (ବାଲେଶ୍ବର)୬) ନଚିକେତା ସମ୍ମାନ: ମନୋରଂଜନ ଜେନା(କପ୍ତିପଦା)୭) ଉତ୍ତରା ପ୍ରକାଶନୀ ପୁସ୍କକ ସମ୍ମାନ : “ଶହୀଦ ବାଘାଯତୀନ” ପ୍ରଣତୀ ମହାପାତ୍ର୮) ଡିଜିଟାଲ ସାହିତ୍ୟ ଆସର “ଶେଷ ରବିବାର” ସମ୍ମାନ: ମୋନାଲିସା ଭଂଜ(ଉଦଳା)୯) ସଂଗୀତ ଭାସ୍ଜର ସମ୍ମାନ : ପୂର୍ଣ୍ଣ ଚନ୍ଦ୍ର ନାୟକ(କପ୍ତିପଦା)୧୦) କଣ୍ଠ ଭାସ୍କର: ପଦ୍ମାବତୀ ବେହେରା (କପ୍ତିପଦା) ଏ ସଭାରେ ସ୍ବାଗତ ସଂଗୀତ ଓ ମକରଗୀତ ପଦ୍ମାବତୀ ବେହେରା ଓ ଜାହ୍ନବୀ ପୁଟୀ ଗାଇଥିବା ପ୍ରଶାନ୍ତ ସ୍ମୃତି ପରିଷଦର ସଂପାଦକ ଇଂ. ସୁଶାନ୍ତ ବେହେରା ସଂଚାଳକ କରିବା ସହ ସମାଜସେବୀ ଆଶିଷ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏ ସଭାକୁ ସଫଳ କରିବାରେ ପଂଚ ଭାଷୀ ସାହିତ୍ୟିକ ଶ୍ରୀକାନ୍ତ ପ୍ରସାଦ ବେହେରା, ଶ୍ରୀମତୀ ନୟନା ବେହେରା, ଆବାହକ କରୁଣାକର ଦାସଂକ ଭୂମିକା ବେଶ ପ୍ରଶଂସନୀୟ ଥିଲା ।

Leave a Reply

Your email address will not be published. Required fields are marked *