ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକର ୨୦୨୫-୨୬ ର ମାତୃ କର୍ମଶାଳା |
ଅଦ୍ୟ ତା ( ୨୭/୦୯/୨୫) ରିଖ, ଶନିବାର,ସକାଳ ୧୦ ଘଟିକା ସମୟରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ସ.ଶି.ବି.ମ. ପୁରୁଣାବଜାର ,ଭଦ୍ରକରେ, ଶ୍ରେଣୀ ଅରୁଣ, ଉଦୟ ଓ ପ୍ରଭାତ ରେ ଅଧ୍ୟୟନରତ ପିଲାମାନଙ୍କର ଅଭିଭାବିକା ଅର୍ଥାତ୍ ମାଆମାନଙ୍କୁ ନେଇ ଶୈକ୍ଷିକ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ “ ମାତୃ କର୍ମଶାଳା “ ହୋଇଯାଇଛି । ଏଥିରେ ୪୮ ଜଣ ମାଆ ( ଅଭିଭାବିକା ) ଯୋଗଦେଇଥିଲେ | ଏହି କର୍ମଶାଳା ରେ ଭଦ୍ରକ ଜିଲ୍ଲାର ଶିଶୁବାଟିକା ପ୍ରମୁଖ ମାନନୀୟା ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ରାଉତ ମୁଖ୍ୟ ଅତିଥୂ ରୂପେ ଯୋଗଦେଇ ପିଲା ପାଇଁ ମାଆର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ ଓ ଶିଶୁବାଟିକାର କାତାଂଶ ନେଇଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ରାଜକିଶୋର ଦାସ ସ୍ବାଗତ ଭାଷଣ ଦେଇଥୁବା ବେଳେ,ବରିଷ୍ଠ ଗୁରୁମା ସଞ୍ଜୁଲତା ବେହେରାଙ୍କ ସଂଯୋଜନାରେ ଦୁଇଟି କାଳଂଶ ଗୁରୁମା ସବିତା ସେଠୀ ଓ ଗୋଟିଏ କାଳଂଶ ଗୁରୁମା ଗୀତାରାଣୀ ପତି ଏବଂ “ଅମୃତ କଳସ “ କାଳଂଶଟିକୁ ଗୁରୁମା ପ୍ରତିଭା ସାହୁ ନେଇଥିଲେ କାର୍ଯ୍ୟକ୍ରମ ର ପରିଚାଳନା ଗୁରୁଜୀ ମନ୍ଦରଧର ସାହୁ କରିଥିଲେ ଓ ଅତିଥୂ ପରିଚୟ ଗୁରୁମା ଗୀତାରାଣୀ ପତି କରିଥିବା ବେଳେ, ବରିଷ୍ଠ ଗୁରୁଜୀ ଦିଲ୍ଲୀପ କୁମାର ସେଠୀ ଧନ୍ୟବାଦ ଦେଇଥିଲେ | କାର୍ଯ୍ୟକ୍ରମଟି ବିଦ୍ୟାଳୟର ପରିଚାଳନା ସମିତି ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ସହଯୋଗରେ ସଫଳ ହୋଇଥୂଲା |
