ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
କୋଣାର୍କ:୧୩/୧ ମଙ୍ଗଳବାର ଅପରାହ୍ଣ ରେ ମାଧିପୂର ଛକ ନିକଟସ୍ଥ କୋଣାର୍କ ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ପ୍ରଫୁଲ୍ଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡଃ ବିଭୁପ୍ରସାଦ ତରାଇ, ଅତିଥି ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା, କୋଣାର୍କ ଏନ୍ଏସିର ଅଧ୍ୟକ୍ଷା ସଞ୍ଜୁକ୍ତା ତ୍ରିପାଠୀ, ଶିକ୍ଷାବିତ ଚିତ୍ତରଂଜନ ପରିଡା, ବରିଷ୍ଠ ଗବେଷେକ ସଞ୍ଜୟ କୁମାର ବରାଳ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ପଞ୍ଚାନନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଶିଶୁ କାଲିର ଭବିଷ୍ୟତ, ଶୈକ୍ଷିକ ଶିକ୍ଷା ବ୍ୟତିତ ନିଜ ଭିତରେ ଥିବା ଦକ୍ଷତା କୁ ପରିପ୍ରକାଶ କଲେ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନ ହୋଇପାରିବ । ଏକ ସମୃଦ୍ଧ ସମାଜ ଓ ଦେଶ ଗଠନରେ ଶିକ୍ଷକ ଓ ଛତ୍ରଛାତ୍ରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ଏକ ଉତ୍ତମ ଛାତ୍ର ଭାବେ ନିଜକୁ ଗଢିତୋଳିବା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ପରାମର୍ଶ କୁ ଗ୍ରହଣ କରିବାକୁ ଅତିଥି ମାନେ ନିଜନିଜ ବକ୍ତ୍ୟବ ବିଭିନ୍ନ ଉଦାହରଣ ଦେଇ ପରାମର୍ଶ ଦେଇଥିଲେ। ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ପୂର୍ବରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦ୍ବାରା ଆୟୋଜିତ ବିଭିନ୍ନ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ପଞ୍ଚାନନ ବରାଳ ସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ପ୍ରତାପ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟା ମନୋରମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଦେବ କୁମାର ନାୟକ, ଆଚାର୍ଯ୍ୟା ସୁଶ୍ରୀ ପ୍ରଜ୍ଞାଞ୍ଜଳୀ ପାଢ଼ୀ, ସୁଶ୍ରୀ ଲକ୍ଷ୍ମୀପ୍ରିୟା ବିଶ୍ବାଳ, ସ୍ବାତୀ ଅଙ୍କିତା ନାୟକ, ପ୍ରିୟଙ୍କା କାଣ୍ଡି, ରେଣୁବାଳା ଦେଇ ଓ ଶ୍ରଦ୍ଧାଞ୍ଜଳୀ ଓଝା, ଶିକ୍ଷାବିତ ରାମକୃଷ୍ଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
