ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀରେ କନ୍ୟା ଶିବିର ଅନୁଷ୍ଠିତ ।

ଫୁଲବାଣୀ ତା ୧୭/୦୨/୨୦୨୫ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦି ର ଠାରେ ‘କନ୍ୟା ଭାରତୀ’ ତରଫରୁ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପ୍ରମୁଖ ଇନ୍ଦ୍ର ମଣି ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନିଜର ଆତ୍ମରକ୍ଷା ସମ୍ବନ୍ଧରେ ସଚେତନ କରାଇଥିଲେ। ସେହିପରି କାର୍ଯ୍ୟକ୍ରମରେ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ କନ୍ୟା ଶିବିରର ଉଦ୍ଦେଶ୍ୟ ତଥା ମହତ୍ତ୍ବ ସମ୍ବନ୍ଧରେ ଅବଗତ କରାଇଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ । ଉପସ୍ଥିତ ଅତିଥି ବୃନ୍ଦଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଗଣଙ୍କ ମଧ୍ୟରେ , ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି. ଶିବ ଶଙ୍କର ପାତ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସମେତ ବିଦ୍ୟାଳୟର ମାତୃ ଭାରତୀ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ମାନ ବୃଦ୍ଧି କରିଥିଲେ।

କନ୍ଯା ଶିବିରର ମୁଖ୍ୟ ଆକର୍ଷଣ ଥିଲା ପାରମ୍ପରିକ ଝୋଟି ଆଙ୍କିବା, ଅଳତା ଲଗାଇବା, ଶାଢ଼ୀ ପିନ୍ଧିବା, ମେହେନ୍ଦୀ ଲଗାଇବା, ବ୍ୟବସାୟିକ ମେଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ ଆଦି ପ୍ରତିଯୋଗିତା। ଏଥି ସହିତ ତୁଳସୀ ପୂଜନ, ମହିୟସୀ ମହିଳାଙ୍କ ଫଟୋ ଚିତ୍ର ପ୍ରଦର୍ଶନ ଆଦି ଆୟୋଜନ କରାଯାଇଥିଲା । ଏଥି ସହିତ ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସହ-ପ୍ରଧାନାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟ ବରିଷ୍ଠ ଆଚାର୍ଯ୍ୟା ମାନେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଚାର୍ଯ୍ୟା ରାଜେଶ୍ଵରୀ ଭଉଣୀଙ୍କ ଦ୍ଵାରା ବନ୍ଦନା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ସମସ୍ତ ଆଚାର୍ଯ୍ୟା ଓ ସେବକ ସେବୀକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା ।

Leave a Reply

Your email address will not be published. Required fields are marked *