ସାହିତ୍ୟ ସାଧକ ଶଶି ଭୂଷଣ ରଥ ଙ୍କ ଜୟନ୍ତୀ ପାଳିତ

ସାହିତ୍ୟ ସାଧକ ଶଶି ଭୂଷଣ ରଥ ଙ୍କ ଜୟନ୍ତୀ ପାଳିତ। ସୋରଡ଼ା :୦୨/୦୧/୨୦୨୫()ଗଞ୍ଜାମ ସୋରଡାର ଯୋଗଜନ୍ମା ପୁରୁଷ ତଥା ଅଞ୍ଚଳକୁ ସାରା ଭାରତ ବର୍ଷରେ ସହରକୁ ନିଆରା ପରିଚିତ ଦେଇଥିବା ଶଶୀ ଭୂଷଣ ରଥଙ୍କ ଜୟନ୍ତୀ ମହା ଆଡମ୍ବର ର ସହିତ ପାଳନ ହୋଇ ଯାଇଛି। ଅଞ୍ଚଳର ସର୍ଵପୁରାତନ ସାହିତ୍ୟ ସଂସଦକୁ ୨୫ ବର୍ଷ ଧରିଏହି ସଂସଦ କାର୍ଯ୍ୟକ୍ଷମ ହୋଇଥିବା ଯୋଗୁଁ ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ବିଗତ ୨୫ବର୍ଷ ଧରି ଉକ୍ତ ସଂସଦର ସଭାପତିତ୍ବ କରିଆସୁଥିବା ସୋରଡ଼ା ର ବରିଷ୍ଠ ଶିକ୍ଷକ ସ୍ବର୍ଗତ ପଦ୍ମଲୋଚନ ପଣ୍ଡା ଙ୍କ ବିୟୋଗ ପରେ ନୂତନ ସଭାପତି ରୂପେ ଧୋବା ବେହେରା ସଭାମୁଖ୍ୟ ରୂପେ ଦାୟିତ୍ଵ ତୁଲାଇ ଥିଲେ l

ପ୍ରତିବର୍ଷ ଇଂରାଜୀ ନବ ବର୍ଷର ସ୍ୱାଗତ ପ୍ରରିପ୍ରେକ୍ଷୀରେ ଏକ ତାରିଖରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥାଏ କିନ୍ତୁ ଚଳିତ ବର୍ଷ ପ୍ରାକ୍ତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକ ସପ୍ତାହ ପାଳନ ହେତୁ ଓଡ଼ିଶା ସାହିତ୍ୟ ଏକାଡେମୀର ନିର୍ଦ୍ଦେଶ କ୍ରମେ ଆଜି ପାଳନ ହୋଇଛି।ଏହି ଉଛବ ଆଜି ଗାନ୍ଧୀ ସ୍ମୃତି ଓ ସାଂସ୍କୃତିକ ଭବନରେ ବରଣ୍ୟ ଅତିଥି ମାନଙ୍କୁ ନେଇ ଆୟୋଜନ କରାଯାଇଛି।ଅତିଥି ମାନଙ୍କୁ ସାହିତ୍ୟ ସଂସଦ ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।ଓ ପରେ ଶଶୀଭୂଷଣଙ୍କ ପ୍ରତିମୂର୍ତ୍ତି ଫୋଟରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱାଗତ ସଙ୍ଗୀତ ପରେ ସଭାକାର୍ୟ ଆରମ୍ବ କରାଯାଇଛି। ଅଞ୍ଚଳର ରାଜା ସାହେବ ତଥା ଆଜି ପ୍ରଥମ ନାଗରିକ ଭାବେ ବିଭୂଷିତ ବହୁ ଜ୍ଞାନ ଓ ଯଶର ଅଧିକାରୀ ଦେବଦତ୍ତ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଅଞ୍ଚଳ ପାଇଁ ନିଆରା ପରିଚିତ ଦେଇଥିବା ବ୍ୟକ୍ତିଙ୍କ ବିରଳତା ଓ ଅଞ୍ଚଳ ବାସୀଙ୍କ ଆକୁଣ୍ଠ ଭଲପାଇବା ହେତୁ ଦୀର୍ଘ ଦେଢ଼ ସହ ବର୍ଷର ବ୍ୟବଧାନ ପରେ ମଧ୍ୟ ଆଜି ଉଦ୍ବୃଢ଼ ହୋଇଛି। ଏବଂ ଏହି ଅନନ୍ୟ ବ୍ୟକ୍ତିଙ୍କ ବିଷୟରେ ବିସ୍ତୃତ ଆଲୋଚନା କରି ଗଞ୍ଜାମ ଟାଇଗର ଭାବେ ପରିଚିତ ବ୍ୟକ୍ତିଙ୍କ ଅନେକ ନିଗୁଢ଼ ତଥ୍ୟ ଉପସ୍ଥାପନ କରି ଗୋପବନ୍ଧୁ ଓ ଗୋଦାବରୀଶ ମିଶ୍ରଙ୍କ ସହିତ ସମ୍ପର୍କ ଓ ଖଲ୍ଲିକୋଟ ଓ ପାରଳା ରାଜାଙ୍କ ସମ୍ପର୍କରେ ଆସି ବ୍ରହ୍ମପୁରର କଳେବର ସ୍ଥାପନ ନେଇ ତଥ୍ୟ ଉପସ୍ଥାପନ କରିଥିଲେ।ଏବଂ ଏହି ମହାନ ବ୍ୟକ୍ତିଙ୍କ ନାମରେ ନାମିତ ଏହି ସହରର ଛକରେ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ ଓ ସଂସଦ ଗୃହ ନିର୍ମାଣ ସହିତ ଗଞ୍ଜାମର ରାଜଧାନୀ ତଥା ମହାନ ବ୍ୟକ୍ତିଙ୍କ କର୍ମସ୍ଥଳୀ ବ୍ରହ୍ମପୁରର ପୁରୁଣା ବସଷ୍ଟାଣ୍ଡ ବା ବାରାକ୍ସ୍ ସ୍ଥିତ ବଟ ଗଛ ଆଚ୍ଛାଦିତ ଜରାଜୀର୍ଣ୍ଣ ମୂର୍ତ୍ତିକୁ ଉଦ୍ଧାର କରି ନୂତନ ମୂର୍ତ୍ତି ସ୍ଥାପନ ଓ ରାଜଧାନୀ ଭୁବନେଶ୍ୱରରେ ଶଶୀଭୂଷଣଙ୍କ ବ୍ରୋଞ୍ଚ ମୂର୍ତ୍ତିକୁ ସଂସ୍ଥାପନ କରିବା ପାଇଁ ଦୃଢୋକ୍ତି ଦେଇଥିଲେ ମୁଖ୍ୟ ବକ୍ତା ତଥା ବରିଷ୍ଠ ସାହିତ୍ୟିକ ଡ଼ା ଅନନ୍ତ ରାମ କର କୌଣ୍ଡନ୍ୟ ।ସେହିଭଳି ଅନ୍ୟତମ ଅତିଥି ଭାବେ ଏନ୍ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା ଅଳଙ୍କୃତ କରି ସେ ବି ଏହି 141 ତମ ରାଜ୍ୟ ସ୍ତରୀୟ ଜୟନ୍ତୀକୁ ଆହୁରି ଜନାଦୃତ କରିବା ଶହ ନିଜ ଏନ୍ ଏ ସି ପାଠାଗାରରେ ପ୍ରତି ମାସରେ ଶଶୀ ଭୂଷଣଙ୍କ ଜୀବନୀ ଚର୍ଚ୍ଚା ଦ୍ୱରା ଆଗାମୀ ପିଢ଼ି ପାଇଁ ଅନନ୍ୟ ଅବଦାନ ହେବା ସହିତ ସରକାରଙ୍କ ନିକଟରେ ସଂସଦ ଉର୍ଣ୍ଣତି ନେଇ ଚିନ୍ତିତ ବୋଲି କହିଛନ୍ତି।ଅଞ୍ଚଳର ବିଶିଷ୍ଟ ଶିକ୍ଷାଵିତ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଶିଵ ପ୍ରସାଦ ଅଧିକାରୀ ବକ୍ତବ୍ୟ ଦେଇ ଅଞ୍ଚଳ ପାଇଁ ନିଆରା ପରିଚିତ ଦେଇଥିବା ଶଶୀ ଭୂଷଣ ବିଦ୍ୟାଳୟ ଓ ତାଙ୍କ ଦ୍ୱରା ଉଦଯିବିତ ହୋଇଥିବା ଦୈନିକ ଆଶା ପତ୍ରିକା ଓ ଅନେକ ଉପାଦେୟ ପୁସ୍ତକ ଆଜି ଵି ସମାଜ ପାଇଁ ଅନେକ ପ୍ରେରଣା ଦାୟୀ।ଓ ଆଶାପ୍ରେସ ବ୍ରହ୍ମପୁରରେ ଆଜି ମଧ୍ୟ ରହିଛି ଏହି ଅନନ୍ୟ ବ୍ୟକ୍ତିଙ୍କ ନାମରେ ମହିଳା ମହା ବିଦ୍ୟାଳୟ ସ୍ଥାପିତ ହୋଇଛି ଏଣୁ ସ୍ୱାଧୀନତା ସମୟର ଏହି ସାମ୍ବାଦିକଙ୍କ ବଳିଷ୍ଠ ଲେଖନୀ ଯୋଗୁଁ ସ୍ୱତନ୍ତ୍ର ଉତ୍କଳ ପ୍ରତିଷ୍ଠା ପାଇଁ ଅନେକ ପ୍ରେରଣା ଦେଇଥିଲେ ଏଣୁ ରାଜ୍ୟ ସ୍ତରରେ ମୂର୍ତ୍ତି ପ୍ରତିଷ୍ଠା ସହିତ ମାର୍ଗ ନାମିତ ନେଇ ଯୁକ୍ତି ଦେଇଥିଲେ ଉପସ୍ଥିତ ଅତିଥିମାନେ। ବରିଷ୍ଠ ଶିକ୍ଷକ କାଳିଚରଣ ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ସଭାକାର୍ଯ୍ୟକୁ ସୁଚାର ରୂପେ ପରିଚାଳିତ କରିଥିଲେ।ଉପସ୍ଥିତ ଥିବା ସଭ୍ୟ ଓ ସାହିତ୍ୟ ପ୍ରେମୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ଆୟୋଜିତ ଶଶୀ ଭୂଷଣ ସାହିତ୍ୟ ସାଂସଦର ବହୁ ସଭ୍ୟ ମାନଙ୍କ ସହିତ ସମାଜ ସେବୀ,ଲଡୁ କିଶୋର ଦାସ ଓ ବିଶିଷ୍ଟ ସାମ୍ବାଦିକ ଲମ୍ବୋଦର ପାଣିଗ୍ରାହୀ,ବରିଷ୍ଠ ନାଗରିକ ତ୍ରିନାଥ ଗୌଡ଼,ଜିତେନ୍ଦ୍ର ସାହୁ,ଶକ୍ତିଦା ବିଷୋୟୀ ଆଦି ସାହିତ୍ୟିକ ମାନଙ୍କ ସହିତ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଶ୍ରୀ ତ୍ରିନାଥ ଗୌଡ଼, ପ୍ରମୋଦ ବେବର୍ତା ପଟ୍ଟନାୟକ,ଶ୍ରୀ ଉମା ଶଙ୍କର ଦାସ, ଶ୍ରୀ ରଞ୍ଜନ କୁମାର ପାଟଯୋଷୀ, ଶିବ ପ୍ରସାଦ ସୁଆର,ପ୍ରଭୃତି ଏହି ମହତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *