ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସସ୍ମିତା ସାହୁଙ୍କ ଦାୟିତ୍ବ ଗ୍ରହଣ।

କୋଣାର୍କ – ରବିବାର ପୂର୍ବାହ୍ନ ସମୟରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସସ୍ମିତା ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ମେରାଇନି ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ପ୍ରତିମା ସାହୁ ପ୍ରସବକାଳୀନ ଛୁଟିରେ ଯାଇଥିଲା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ପୁରୀ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ କାର୍ଯ୍ୟରତ ଥିବା ଆଇଆଇସି ସସ୍ମିତା ସାହୁଙ୍କୁ ଚନ୍ଦ୍ରଭାଗା ମେରାଇନି ଥାନାର ନୂତନ ଥାନା ଅଧିକାରୀ ଭାବେ ପୁରୀ ଏସପି ପ୍ରତୀକ ସିଂ ନିଯୁକ୍ତ କରିଛନ୍ତି। ଚନ୍ଦ୍ରଭାଗା ମେରାଇନି ଥାନାରେ ଯୋଗଦାନ କରିବା ପରେ ନୂତନ ଥାନା ଅଧିକାରୀ ସସ୍ମିତା ସାହୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ, ପୋଲିସ ପ୍ରେଟୋଲିଂଗ କଡାକଡି କରିବା, ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ସହିତ ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବେ ବୋଲି ଦାୟିତ୍ବ ଗ୍ରହଣ କରିଥିବା ନୂତନ ଥାନା ଅଧିକାରୀ ଶ୍ରୀମତୀ ସାହୁ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *