ସାଇବିହାରରେ ସତ୍ୟସାଇ ବାବାଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ।

-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ସାଇବିହାରଠାରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଚଳିତ ମାସ ୧୬ ତାରିଖରୁ ଅନୁଷ୍ଠିତ ହୋଇଆସୁଛି ।ଏହି ଅବସରରେ ବିଭିନ୍ନ ଭଜନ୍ମଣ୍ଡଳୀ , ସେବଗ୍ରାମ ଓ ସାଇବିହାର ଠାରେ ସମୂହସେବା , ବାଳବିକାଶ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ୨୩ ତାରିଖରେ ନଗର ସଂକୀର୍ତ୍ତନ, ଷୋଡଶ ଉପଚାର ପୂଜା , ନାରାୟଣ ସେବା ସହ ଅଙ୍ଗ ବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମିତି ଆବାହକ ବିମଳ କୁମାର ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ପ୍ରକାଶ ଥାଉକି ସାଇବିହାର ସନ୍ନିକଟ ମାର୍ଗ କୁ ସତ୍ୟସାଇ ମାର୍ଗ ନାମକରଣ କରାଯାଇଥିଲା ଓ ଏହି ଫଳକକୁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ ଓ ବସ୍ତ୍ର ଦାନ କରିଥିଲେ । ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ଦାଶ , ଗୋବିନ୍ଦ ଚନ୍ଦ୍ର ସାହୁ , ଅଦ୍ବେଇତ ମହାପାତ୍ର , ଆଦିତ୍ୟ ପ୍ରସାଦ କର , ରଶ୍ମିରଞ୍ଜନ ଦାଶ , ପ୍ରତ୍ୟୁଷ କୁମାର ମିଶ୍ର , ନିରଞ୍ଜନ ସାହୁ ସଂଯୋଜକ ଶୁଭ୍ରାଂଶୁ ରଞ୍ଜନ ନନ୍ଦ , ଅର୍ତ୍ତବନ୍ଧୁ ଦାସ , ଇନ୍ଦ୍ରଜିତ ପଟ୍ଟନାୟକ , ପ୍ରଶାନ୍ତ ବେହେରା , ସୁଶାନ୍ତ ନାଥ , ପ୍ରକାଶ ବେହେରା , ନବ କିଶୋର ମହାନ୍ତି , ଚିତ୍ତରଞ୍ଜନ ମହାପାତ୍ର , ପ୍ରଦୀପ ସେନ , ପ୍ରଦୀପ ସାହୁ ,ପ୍ରଫୁଲ୍ଲ ସାହୁ , ଶାନ୍ତିଲତା ଦାଶ , ବିନୋଦିନି କର , ମାନସୀ ମହାନ୍ତି , ବାସନ୍ତୀ ମହାପାତ୍ର , ଅଳକା ଶତପଥୀ , ସସ୍ମିତା ଦାସ , ଦୀପିକା ରାଉତ ,ଗାୟତ୍ରୀ ନାଥଙ୍କ ସମେତ ସମିତି ର ସମସ୍ତ ଭାଇ ଭଉଣୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *