ତ୍ୟାଗ ଓ ସମର୍ପଣର ଭୂମି ସତ୍ୟବାଦୀ
ଆଜି ତ୍ୟାଗ ଓ ସମର୍ପଣର ଭୂମି ସତ୍ୟବାଦୀକୁ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଅରୁପ ପଟନାୟକ ଓ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ପଟନାଇକିଆ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆଶି ବସଷ୍ଟାଣ୍ଡ ପାଖ ପଞ୍ଚସଖାଙ୍କ ସ୍ମୁତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହି ଠାରୁ ଶୋଭାଯାତ୍ରାରେ ଶ୍ରୀ ପଟନାୟକ ଏବଂ ଶ୍ରୀ ଦାସବର୍ମା ସାକ୍ଷିଗୋପାଳ ବଜାର ଦେଇ ପ୍ରଭୁ ଗୋପାଳଜୀଙ୍କ ମନ୍ଦିର ପାଖରେ ପହଞ୍ଚିଲା ପରେ ସେବାୟତ ସଂଘ, ସତ୍ୟବାଦୀ ବରିଷ୍ଠ ନାଗରିକ ସଂଘ ଓ ପରିଚାଳନା କମିଟି ତରଫରୁ ସ୍ଵାଗତ କରାଯାଇଥିଲା।

ଏହା ପରେ ଉଭୟ ନେତୃତ୍ଵ ପ୍ରଭୁ ସାକ୍ଷୀଗୋପିନାଥ ଓ ମା’ ରାଧାରାଣୀଙ୍କ ଭବ୍ୟ ଦର୍ଶନ କରିଥିଲେ। ଏହି ଅବସରରେ ପ୍ରଭୁଙ୍କ ନଟବର ବେଶ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। ସେବାୟତ କମିଟ ତରଫରୁ ଶ୍ରୀ ଦାସବର୍ମା ଓ ଶ୍ରୀ ପଟନାୟକ ଙ୍କୁ ଗୋପୀନାଥ ମନ୍ଦିର ବିକାଶ ପାଇଁ ଅବଗତ କରାଯାଇଥିଲା। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ସାକ୍ଷିଗୋପିନାଥ ମନ୍ଦିର ଓ ପାରିପାର୍ଶ୍ବିକ ଉନ୍ନତି ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ଯୋଗାଇ ଦେଇଥିବା ମତପ୍ରକାଶ କରିବା ସହିତ ପଞ୍ଚସଖାଙ୍କର ତ୍ୟାଗ ଓ ତପସ୍ୟାର ଭୁମି ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନବୀନ ସରକାରଙ୍କ ବଳିଷ୍ଠ ଯୋଗ ଦାନ ବୋଲି ଶ୍ରୀ ଦାସବର୍ମା ମତ ପ୍ରକାଶ କରିଛନ୍ତି।ଏହା ପରେ ଶ୍ରୀ ଅରୁପ ପଟନାୟକ ଓ ଶ୍ରୀ ସଞ୍ଜୟ ଦାସବର୍ମା ପଞ୍ଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ପଞ୍ଚସଖାଙ୍କ ଓଡ଼ିଆ ଜାତି ପାଇଁ ଅସୀମ ତ୍ୟାଗ ଓ ବନବିଦ୍ୟାଳୟର ପ୍ରତିଷ୍ଠିା ସମ୍ପର୍କରେ ସ୍ମୃତି ଚାରଣ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଏବଂ ଜାତୀୟତା ଆନ୍ଦୋଳନରେ ଏହି ମାଟିର ଅବଦାନ କୁ ସ୍ମରଣ କରିଥିଲେ।ଏହା ପରେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ଦାସବର୍ମା ବାବା ବରାଳ ବାଲୁଙ୍କେଶ୍ୱରଙ୍କ ଦର୍ଶନ କରି ସୁଆଣ୍ଡୋ ସ୍ଥିତି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସଠୀ ଘରକୁ ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରି ଓଡ଼ିଆ ଜାତିର ତ୍ୟାଗ ଓ ତପସ୍ୟାର ଭୁମି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୀବନ ବ୍ୟାପି ତ୍ୟାଗ, ସାଧନା ଓ ସମର୍ପଣର ଭୂମି ସୁଆଣ୍ଡୋ ଗ୍ରାମର ବିକାଶ କୁ ବହୁଗୁଣିତ କରିଥିବା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅବଦାନ କୁ ଅନନ୍ତ କାଳ ପର୍ଯ୍ୟନ୍ତ ଓଡ଼ିଆ ଜାତି ଓ ସତ୍ୟବାଦୀ ବାସୀ ସବୁଦିନ ସ୍ମରଣ କରୁଥିବେ ବୋଲି ଶ୍ରୀ ଦାସବର୍ମା ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଲକର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, କଣାସ ବ୍ଲକ ଅଧକ୍ଷା ପ୍ରଭାତୀ ରାଉତ, ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରମୋଦ ରାଉତରାୟ, କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ସୁରେଶ ସାହୁ, ସତ୍ୟବାଦୀ ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ସତ୍ୟବାଦୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ପ୍ରହଳାଦ ଘଟୁଆରି, ଆତ୍ମା କମିଟିର ଅଧ୍ୟକ୍ଷ ମହମ୍ମଦ ଜିକିରିୟା, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ରାୟ, ବରିଷ୍ଠ ନେତା ରାମଚନ୍ଦ୍ର ମାହାନ୍ତି, ଜିଲ୍ଲା ବିଜୁ ଜନତା ଦଳ ଉପସଭା ନେତ୍ରୀ କନକ ଲତା ପଣ୍ଡା, ସତ୍ୟବାଦୀ ବ୍ଲକ ମିଶନ ଶକ୍ତିର ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ଦାସ, ସଭାନେତ୍ରୀ ଯମୁନା ବେହେରା ଓ ସମେତ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ ଏବଂ ମାତୃଶକ୍ତିଙ୍କ ସମେତ ବିଜୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।
