ସତ୍ୟବାଦୀର ସାମାଜିକ ଅନୁଷ୍ଠାନ ‘ଗରିବର ସାଥି’ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପଟ୍ଟନାୟକିୟା ଛକକୁ ଉତ୍କଳମଣି ଗୋପବନ୍ଧୁ ଦାଶ ଛକ ଓ ପଟ୍ଟନାୟକିୟାରୁ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋକୁ ସଂଯୋଗ କରୁଥିବା ରାସ୍ତାର ନାମ ଗୋପବନ୍ଧୁ ମାର୍ଗ ରୂପେ ନାମକରଣ କରିବାକୁ ସତ୍ୟବାଦୀର ସାମାଜିକ ଅନୁଷ୍ଠାନ ‘ଗରିବର ସାଥି’ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଆସନ୍ତା ରବିବାର ଦିନ ଏକ ବିଶାଳ ଦସ୍ତଖତ ଅଭିଯାନ ଓ ମତାମତ ସଂଗ୍ରହ ଅଭିଯାନ କରାଯିବ ବୋଲି ଅନୁଷ୍ଠାନର ସଦସ୍ୟମାନେ ମତ ପ୍ରକାଶ କରିଛନ୍ତି। ଅନୁଷ୍ଠାନର ସଦସ୍ୟ
ସନ୍ଦୀପ ମହାପାତ୍ର ,କୈଳାସ ପଳେଇ , ସତ୍ୟନାରାୟଣ ସାହୁ,ଦେବରାଜ ଦାସ, ଅର୍ପିତା ମହାପାତ୍ର,ନିରଞ୍ଜନ ଜେନା,ଶଙ୍କର ପଲେଇ ,ପ୍ରତାପ ପରିଡା, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *