ପାଣି ପାଇଁ ହନ୍ତସନ୍ତ

ପାଣି ପାଇଁ ହନ୍ତସନ୍ତ ,ପି ଏଚ ଡି ବିଭାଗ ମନ ମାନି ,ଗୁହାରି ଶୁଣିବାକୁ ନାହାନ୍ତି କେହି ।ଦିନକୁ ଦିନ ଖରା ବଢ଼ି ଚାଲିଥିବା ବେଳେ ,ପାଣି ଟୋପାଏ ପାଇଁ କେସିଙ୍ଗା ସହର ବାସି ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳୁଛି ।ପି ଏଚ ଡି ବିଭାଗ ର ମନ ମୁଖୀ ଯୋଗୁଁ ସାଧାରଣ ଜନତା ପାଣି ବୁନ୍ଦାଏ ନ ପାଇ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ଉକ୍ତ ବିଭାଗ ଦ୍ଵାରା ଭିନ୍ନ ଭିନ୍ନ ସମୟ ରେ ଜଳ ଯୋଗାଣ ହେଉଥିବାର ପରିଲକ୍ଷିତ ହେଉଛି ଯାହା ଦ୍ଵାରା ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ରେ ଫରକ୍ ପକାଉଛି ।କେବେ ସକାଳ ୭ ତ କେବେ ସକାଳ ୯ ତ ଆଉ କେବେ କେବେ ଦିନ ୧୨ ଟାରେ ଜଳ ଯୋଗାଣ ହେଉଛି ।ମୋଟା ମୋଟି ଭାବେ କହିବାକୁ ଗଲେ ଜଳ ଯୋଗାଣ ବ୍ୟବସ୍ଥା ପୁରା ପୂରି ଭାବେ ତଳକୁ ଗତି କରୁଛି ।ଏତେ କିଛି ହେବ ସତ୍ବେ ମଧ୍ୟ ଉକ୍ତ ବିଭାଗ ଦ୍ଵାରା କୌଣସି ଆଖି ଦୃଷିଆ ପଦକ୍ଷେପ ନିଆନଯିବା ଲୋକଙ୍କ ମନରେ ଏକ ପ୍ରକାର ଆକ୍ରୋଶ ଦାନା ବାନ୍ଧୁଛି ।କାର୍ଯ୍ୟାଳୟ ରେ ପ୍ରାୟତଃ ନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ରହିବା ଏହାର ମୁଖ୍ୟ କାରଣ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।କାର୍ଯ୍ୟାଳୟ ର ବାହାରେ ନାମ ଫଳକ ଟେ ନାହିଁ ଯେଉଁ ନାମ ଫଳକ ଟି ଲାଗିଥିଲା ତାହା ଅବସ୍ଥା କହିଲେ ନ ସରେ ।ଯଦି ବିଭାଗ ନିଜର ନାମ ଫଳକ ଟେ ଲଗାଇପାରୁନି ତେବେ ସହର ବାସି ଙ୍କୁ କିଭଳି ଭାବେ ଜଳ ଯୋଗାଣ କରୁଥିବେ ଏଠାରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ।ଏଭଳି ଅବସ୍ଥାରେ ଲୋକଙ୍କୁ ୨୪ ଘଣ୍ଟିଆ ଜଳ ଯୋଗାଣ ଜେ ଏକ ଦିବା ସ୍ବପ୍ନ ତାହା ଭାବିବା ସ୍ବାଭାବିକ ।

Leave a Reply

Your email address will not be published. Required fields are marked *