ମାଧ୍ୟମିକ ଶିକ୍ଷକଙ୍କ ପାଇଁ 2026-27 ବର୍ଷ

ମାଧ୍ୟମିକ ଶିକ୍ଷକଙ୍କ ପାଇଁ 2026-27 ବର୍ଷ ଟ୍ରାନ୍ସଫର ଗାଇଡ଼ଲାଇନ ରେ ଟି. ଜି. ଟି ଶିକ୍ଷକଙ୍କ ପାଇଁ ଦ୍ୱିତୀୟଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି ପ୍ରଯୁଜ୍ୟ ବୋଲି ଉଲ୍ଲେଖ କରିବାକୁ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ନିବେଦନ

ବିଜ୍ଞପ୍ତି ସଂଖ୍ୟା ୧୩୪୬୮/ଏସ ଓ ଏମ.ଇ ତାରିଖ:-୧୪/୦୫/୨୦୨୫ ଅନୁଯାୟୀ, ରାଜ୍ୟର ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଟି. ଜି. ଟି ଶିକ୍ଷକଙ୍କ ଟ୍ରାନ୍ସଫର ପାଇଁ ନୂତନ ଗାଇଡ଼ଲାଇନ ପ୍ରକାଶିତ ହୋଇଛି କିନ୍ତୁ ଉପରୋକ୍ତ ଗାଇଡ଼ଲାଇନ ରେ ପଏଣ୍ଟ ନମ୍ବର 2(L) ରେ, ମ୍ୟୁଚୁଆଲ ଆନ୍ତଃଜିଲ୍ଲା ବଦଳି ରେ ଏକାଧିକ ଥର ବଦଳି ଉପରେ ପ୍ରତିବନ୍ଧକ ରହିଛି। କିନ୍ତୁ ସେହି 2(L) ପଏଣ୍ଟ ଟି. ଜି. ଟି ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ଏବଂ ଜିଲ୍ଲା କ୍ୟାଡ଼ର ଶିକ୍ଷକ ପାଇଁ ପ୍ରଯୁଜ୍ୟ ବୋଲି 3(a) ପଏଣ୍ଟ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି କିନ୍ତୁ ଦୁଃଖ ବିଷୟ ଯେ 2025-26 ବର୍ଷ ଉକ୍ତ ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ବୋଲି କିଛି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱିତୀୟଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳିକୁ ଆବେଦନ କୁ ରଦ୍ଧ କରିଦେଇଥିଲେ,ରାଜ୍ୟର ଅନ୍ୟ ସମସ୍ତ ରାଜ୍ୟ କ୍ୟାଡର କର୍ମଚାରୀ ମାନଙ୍କ ର ସମଗ୍ର ଚାକିରୀ କାଳ ଭିତରେ ଏକାଧିକ ଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳିହେଉଥିବା ବେଳେ ଗଣଶିକ୍ଷା ବିଭାଗ ଅଧୀନ ରେ ଥିବା ମାଧ୍ୟମିକ ଟି. ଜି. ଟି (ପି.ସି.ଏମ,ସି.ବି.ଜେଡ୍, ଆର୍ଟ୍ସ ) ଶିକ୍ଷକ ମାନେ ରାଜ୍ୟ କ୍ୟାଡର କର୍ମଚାରୀ ହୋଇଥିଲେ ବି ସେମାନଙ୍କର ବଦଳି ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି କ୍ଷେତ୍ରରେ ସମଗ୍ର ଚାକିରୀକାଳ ଭିତରେ ଗୋଟେ ଥର କରାଯାଉଛି , ଯାହା ଫଳରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁତ ମାନସିକ ଅଶାନ୍ତି ଭିତରେ ରହୁଥିବାର ପରିଲିକ୍ଷିତ ହେଉଛି,
ମ୍ୟୁଚୁଆଲ ବଦଳି ରେ ସ୍କୁଲ ଏବଂ ଜିଲ୍ଲା ସ୍ତରରେ କୌଣସି ଅଭାବ କିମ୍ବା ଅତିରିକ୍ତତା ପଦବୀ ସୃଷ୍ଟି ହେବ ନାହିଁ। ଏବଂ ଅନେକ ଅଭାବୀ ଶିକ୍ଷକଙ୍କୁ ଗତ ବର୍ଷ ମ୍ୟୁଚୁଆଲ ବଦଳିରେ ବିଭିନ୍ନ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି କିନ୍ତୁ ସେମାନେ ସେମାନଙ୍କର ବୃଦ୍ଧ ଏବଂ ଅସୁସ୍ଥ ପିତାମାତାଙ୍କ ଯତ୍ନ ନେବା ପାଇଁ ନିଜ ଜିଲ୍ଲାକୁ ପହଞ୍ଚି ପାରି ନାହାଁନ୍ତି। ତେଣୁ ହଜାର ହଜାର ଶିକ୍ଷକଙ୍କ ପାଇଁ ନିଜ ଜିଲ୍ଲାକୁ ପହଞ୍ଚିବା ଅତ୍ୟନ୍ତ ଅନିବାର୍ଯ୍ୟ।
ଏଣୁ ଟି. ଜି. ଟି ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବୃହତ୍ତର ସ୍ବାର୍ଥକୁ କୁ ଦୃଷ୍ଟି ରେ ରଖି ମାଧ୍ୟମିକ ଶିକ୍ଷକଙ୍କ ପାଇଁ 2026-27 ବର୍ଷ ଟ୍ରାନ୍ସଫର ଗାଇଡ଼ଲାଇନ ରେ ଟି. ଜି. ଟି ଶିକ୍ଷକଙ୍କ ପାଇଁ ଦ୍ୱିତୀୟଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି ପ୍ରଯୁଜ୍ୟ ବୋଲି ଉଲ୍ଲେଖ କରିବାକୁ ମାଧ୍ୟମିକ ଟି. ଜି. ଟି ଶିକ୍ଷକ ଶିକ୍ଷୟତ୍ରୀ ଏବଂ ତାଙ୍କର ପରିବାର ଲୋକ ମୁଖ୍ୟମନ୍ତ୍ରୀ ସମେତ ଗଣଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ସଚିବ, ଡି.ଏସ.ଇ ଡାଇରେକ୍ଟର ଙ୍କୁ ଟ୍ୱଇଟି ଏବଂ ଇମେଲ ମାଧ୍ୟମରେ ଗୁହାରି କରିଛନ୍ତି

Leave a Reply

Your email address will not be published. Required fields are marked *