ବିଦ୍ୟାଳୟର ବାର୍ଷିକ ଉତ୍ସବ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୁଆପଦାର ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ମୁଦୁଲି ଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ମୁଖ୍ୟ ଫାଟକଠାରୁ ଅତିଥି ପ୍ରକୋଷ୍ଠ ପର୍ଯ୍ୟନ୍ତ ଅତିଥିମାନଙ୍କୁ ଫୁଲ, ଚନ୍ଦନ , ଅରୁଆ ଚାଉଳ,ଦୁବ, ବରକୋଳି ପତ୍ର ପକାଇ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ।ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମଣ୍ଡଳଶିକ୍ଷାଧୀଶ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ,ମୁଖ୍ୟ ବକ୍ତା ପ୍ରଫୁଲ୍ଲ ଚନ୍ଦ୍ର ବଳିୟାରସିଂହ , ସମ୍ମାନିତ ଅତିଥି ଭାବେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଅବସର ପ୍ରାପ୍ତ ସହ ମଣ୍ଡଳ ଶିକ୍ଷାଧିକାରୀ, ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡ଼ା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ପାତ୍ର, ଉଦ୍ୟନାଥ ମେଣ୍ଟା, ପ୍ରଦୀପ କୁମାର ସ୍ୱାଇଁ, ପ୍ରହଲ୍ଲାଦ ସ୍ୱାଇଁ, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ , ସମିତି ସଭ୍ୟା ଅର୍ଣ୍ଣପୁର୍ଣ୍ଣା ରଣଜିତ,ଶିକ୍ଷାବିତ ଉମେଶ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ସ୍ୱାଇଁ, ଗୋପାଳ ଚନ୍ଦ୍ର ମହାପାତ୍ର,ମିଟୁ କିଶୋର ପ୍ରଧାନ,ସମାଜସେବୀ ରମେଶ ପାଟ୍ଟସାଣି, ଲଷ୍ମୀଧର ଜେନା,ନରେନ୍ଦ୍ର ଜଗଦେବ,ଯୋଗଦାନ କରିଥିଲେ।ସଭାମଞ୍ଚକୁ ଏକ ସ୍ବତନ୍ତ୍ର ସାଜସଜ୍ଜା ଓ ଭକ୍ତିମୟ ତଥା ଭାବବିହ୍ୱଳିତ ପରିବେଶ ମଧ୍ୟରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୁଦୁଲି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୁଲଳିତ କଣ୍ଠରେ ସୁନ୍ଦର ସାହିତ୍ୟିକ ଶବ୍ଦ ସଂଯୋଜନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ସିଆରସିସି ଦୁର୍ଯ୍ୟୋଧନ ପ୍ରଧାନ ବିଭୁ ବନ୍ଦନା ଜ୍ଞାନ କରିଥିଲେ ! ଶିକ୍ଷକ ସୁରେନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ ଓ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ!କୂନିକୂନିପିଲାମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ! ସମାଜସେବୀ ଲଲାଟ ପାଇକରାୟ, ଚିତ୍ରସେନ ନିଶଙ୍କ, ଦୁଷ୍ମନ୍ତ ପାଟ୍ଟଶାଣୀ ସହ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଅଶୋକ କୁମାର ହରିଚନ୍ଦନ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଛାତ୍ର ଛାତ୍ରୀ, ଓ ଗ୍ରାମବାସୀ ମାନେ ଏହି କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ। ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକମାନେ ବିଦାୟୀ ପ୍ରଧାନ ଶିକ୍ଷକଙ୍କର ଗୁଣଗାନ କରିଥିଲେ। ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ମୁଦୁଲି ନିଜ କର୍ମମୟ ଜୀବନ ର ଅଭୁଲା ଅନୁଭୂତି କୁ ସମସ୍ତଙ୍କ ନିକଟରେ ଉପସ୍ଥାପିତ କରି ନିଜ ବିଦ୍ୟାଳୟ ର ଉଜ୍ବଳ ଭବିଷ୍ୟତ କାମନା କରିଥିଲା । ଶେଷରେ ଶତାଧିକ ଶିକ୍ଷକ, ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ମାନଙ୍କଗହଣରେ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ! ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ସୁଧୀର କୁମାର ଜେନା। ସର୍ବଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ଶିକ୍ଷକ ସୁରେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- ଗୀତାରାଣୀ ରଣଜିତ,ଡେଲାଙ୍ଗ।
