ପୁରୀ ସଦର ବ୍ଲକର ବିଭିନ୍ନ ସ୍କୁଲ ଉଲ୍ଲାସ ପରୀକ୍ଷା ଅନୁଷ୍ଠିତ
ପୁରୀ ସଦର ବ୍ଲକର ବିଭିନ୍ନ ସ୍କୁଲ ଉଲ୍ଲାସ ପରୀକ୍ଷା ଅନୁଷ୍ଠିତ
୧୫|୦୩ ପୁରୀ ପୁରୀ ସଦର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ରେ ପନ୍ଦର ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କର ପାରଦର୍ଶିତା ହାସଲ ନିମନ୍ତେ ଦିତୀୟ ପର୍ଯ୍ୟାୟ ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି।ଆଜି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହି ଉକ୍ତ ଉଲ୍ଲାସ ପରୀକ୍ଷା ପରିଚାଳନା କରିଥିଲେ। ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରାଙ୍କ ସମେତ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ରତ୍ନାକର ବେହେରା ଓ ଅନ୍ୟାନ୍ୟ ସମସ୍ତ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ପରିଚାଳନା ଶୃଙ୍ଖଳିତ ହୋଇଥିଲା। ଆଗ୍ରହର ସହିତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପୁରୀ ମ୍ୟୁନିସିପାଲଟି ର ଶରଧାବାଲି ପ୍ରାଥମିକ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଦ୍ୟାଳୟ ପରିଦର୍ଶନରେ ଏଲିମେଣ୍ଟାରି ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ବନାଥ ତରେଇ ଆସି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ସରକାରଙ୍କ ଏହି ଅଭିନବ ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ।
