ପୂରଣରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ
ବିରିଡି:ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପୂରଣ ରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଏକ ମନୋରମ ପରିବେଶ ମଧ୍ୟରେ, ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଶୋକ କୁମାର ମାଦେଳି ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବକୁ ପୂର୍ବାହ୍ନରେ ବ୍ଲକ ଅଧକ୍ଷା ମମତା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସରପଞ୍ଚ ଯୁଧିଷ୍ଠିର ବେହେରା, ଶିକ୍ଷାବିତ ଅଲେଖ ଚରଣ ବେହେରା, ଏସଏମସି ସଭାପତି କୃପାସିନ୍ଧୁ ଭୋଇ ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଅପରାହ୍ନରେ ଉଦଯାପନ ତଥା ପୁରସ୍କାର ପ୍ରଦାନ ଉତ୍ସବରେ ପ୍ରଧାନଶିକ୍ଷକ ଅଶୋକ କୁମାର ମାଦେଳି ସଭାପତିତ୍ୱ କରିଥିଲେ l ଏଥିରେ ମୁଖ୍ୟତିଥିଭାବେ ସାଂସଦ ଡ଼ ବିଭୂପ୍ରସାଦ ତରାଇ,ମୁଖ୍ୟବକ୍ତା ଭାବେ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ,ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦାଶ, ସରପଞ୍ଚ ଶ୍ରୀ ବେହେରା, ବିଇଓ ମିହିର କୁମାର ପାଲ,ସାଂସଦଙ୍କ ପ୍ରତିନିଧି ଗୀତାଞ୍ଜଳି ସାହୁ,ଏସଏମସି ସଭାପତି କୃପାସିନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟରଖିଥିଲେ। ଏହି ଉତ୍ସବ ପାଳନ କରିବାର ମୁଖ୍ୟଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନେ ନିଜର ସୃଜନଶୀଳତା, ଦକ୍ଷତା, ଜିଜ୍ଞାସା ପ୍ରତିପାଦନ କରିବା l ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ଅତିଥିଙ୍କ ଦ୍ୱାରା ସମ୍ଭର୍ଦ୍ଧିତ କରାଯାଇଥିଲା l ପ୍ରାରମ୍ଭରେ ଶିକ୍ଷୟତ୍ରୀ ସମୀକ୍ଷା ଡାକୁଆ ସ୍ୱାଗତ ଭାଷଣ ଦେଇଥିଲେ l ଶିକ୍ଷକ ବାଦଲ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁଧାଂଶୁ ମଞ୍ଜରୀ ଦାଶ ଧନ୍ୟବାଦ ଦେଇଥିଲେ l
