ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ।

ବଡ଼ଚଣା :ଯାଜପୁର ଜିଲ୍ଲା ବଡଚଣା ବ୍ଲକ,ବଡଚଣା ଶିକ୍ଷା ମଣ୍ଡଳ ଅଧୀନ ବନ୍ତଳା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଷଷ୍ଠ ଠାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ଜୈବିକ କୃଷି, ସୁରକ୍ଷିତ ପାର୍କ, ଗଣିତ ପାର୍କ, ରାସ୍ତା ସୁରକ୍ଷା ଉପରେ ବିଭିନ୍ନ ପ୍ରକଳ୍ପକୁ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ।ଏହି ପ୍ରଦର୍ଶନୀ ମ୍Lକାର୍ଯ୍ୟକ୍ରମରେ ଚିନ୍ମୟ, ଭାଗ୍ୟଶ୍ରୀ ସାହୁ, କସ୍ତୁରୀ ରାଉତ, ଜୟଶ୍ରୀ ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।ପିଲାମାନେ ବିଭିନ୍ନ ବିଭାଗ ଉପରେ ବହୁ ସଚେତନତା ପ୍ରକଳ୍ପକୁ ପ୍ରଦର୍ଶନ କରିଥିଲେ।ଏହି ପ୍ରକଳ୍ପ ପ୍ରଦର୍ଶନୀରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ବ୍ଲକ ସ୍ତରୀୟ ପ୍ରଦର୍ଶନୀରେ ଭାଗ ନେଇ ପାରିବେ ବୋଲି ସୂଚନା ମିଳିଛି।ତେବେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକଳ୍ପରେ ଯୋଗ ଦେଇଥିବା ପିଲା ମାନଙ୍କୁ ସ୍ୱାଗତ କରିବା ସହ ଏହି ପ୍ରକଳ୍ପ ପ୍ରଦର୍ଶନୀରେ ଅନେକ ଶିକ୍ଷଣୀୟ ବିଷୟ ରହିଛି ଏବଂ ଏହାକୁ ନିଜ ନିଜ ଅଞ୍ଚଳରେ କରି ପାରିଲେ ଏହା ନିଶ୍ଚିତ ଅନ୍ୟ ମାନଙ୍କ ଉପରେ ପ୍ରଭାବ2ବିସ୍ତାର କରିବ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅଭୟ କୁମାର ମହାପାତ୍ର, ସଞ୍ଜୀବ୍ କୁମାର ଦାସ୍, ଶରତ କୁମାର ସେଠୀ, ଅନୁସୂୟା ଜେନା ପ୍ରମୁଖ ଯୋଗ ଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଯୋଗଦେଇ ସାହାର୍ଯ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *