ଭୁଲ୍ କୋଡରେ ହେଉଛି ସ୍କୁଲ୍ ରଙ୍ଗକାମ , ବ୍ୟବହାର ହେଉଛି ନିମ୍ନ ମାନର ରଙ୍ଗ

କୋଣାର୍କ – କୋଣାର୍କ ବସଷ୍ଟାଣ୍ଡ ସ୍ଥିତ ସରକାରୀ ହାଇସ୍କୁଲରେ ଗୋପ ବ୍ଳକ୍ ପ୍ରଶାସନ ପକ୍ଷରୁ ହେଉଥିବା ସ୍କୁଲ୍ ରଙ୍ଗକାମ ଭୁଲ୍ କଲର କୋଡରେ ହେଉଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଜନ ସାଧାରଣ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ରାଜ୍ୟ ସରକାର ବଦଳିବା ପରେ ସରକାରୀ କୋଠା ଗୁଡ଼ିକର ରଙ୍ଗ ବଦଳାଉଛନ୍ତି। ବିଜେଡି ସରକାରଙ୍କ ସବୁଜ ରଙ୍ଗରୁ ଗେରୁଆ ରଙ୍ଗ ମରା ଚାଲିଛି। ରାଜ୍ୟ ସରକାରଙ୍କ ଶିକ୍ଷା ବିଭଗ ତରଫରୁ ବିଦ୍ୟାଳୟ ଗୁଡ଼ିକ ରଙ୍ଗ ପାଇଁ କଳର କୋଡ୍ ସ୍ଥିର କରାଯାଇଛି।

ଯାହା ସମସ୍ତଙ୍କୁ ନୋଟିସ ଜାରି କରାଯାଇଛି। କିନ୍ତୁ କୋଣାର୍କ ବସଷ୍ଟାଣ୍ଡ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲ ରେ ରଙ୍ଗ କାର୍ଯ୍ୟ ଭୁଲ୍ କଲର କୋଡରେ ହେଉଛି। ଏଥି ସହିତ ଅତ୍ୟଣ୍ଟ ନିମ୍ନ ମାନର ରଙ୍ଗ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ଥାନୀୟ ଜନ ସାଧାରଣ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ, ଉପ ମୂଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ବ୍ଳକ୍ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *