ସ୍କୁଲ ଛାତ୍ରୀମାନଙ୍କୁ ଭୂତ ଲାଗିବା ଡ୍ରାମାରେ ବାବାଙ୍କ ସମେତ ଡାକ୍ତର ପହଁଚିଲେ ସ୍କୁଲରେ
ଏରସମା : ସ୍କୁଲ ଛାତ୍ରୀଙ୍କୁ ଲାଗୁଛି କି ଭୂତ ? କଣ ଏହାର କାରଣ।ଏପରି କିଏ କରିଥାଇପାରେ ?,କଣ ତାର ଉଦ୍ଦେଶ୍ୟ? ନା ବାଳିକା ମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା କିଛି ଅଛିକି? ଯାହାର କାରଣ ଅପ୍ପଷ୍ଟ ଥିବା ବେଳେ ସାଧାରଣ ରେ ପଶ୍ନବାଚୀ ସୃଷ୍ଟି ହୋଇଛି।ଯାହାକୁ ନେଇ ଭୟଭୀତ ଅଛନ୍ତି ସ୍କୁଲରେ ଅଧ୍ୟୟନ କରୁଥିବା ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ। ଏଭଳି ଘଟଣା ଦେଖିବାକୁ ମିଳୁଛି ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠୀ ପଞ୍ଚାୟତ ନୀଳକଣ୍ଠେଶ୍ୱର ଉଚ୍ଚବିଦ୍ୟାଳୟ, କନାଗୁଳିରେ, ସୂଚନାଯୋଗ୍ୟ ଆଜିକୁ ସପ୍ତାହ ହେବ ସ୍କୁଲରେ ଚାଲିଛି ହାଇ ଡ୍ରାମା ଦେଖୁ ଦେଖୁ ୩୦ରୁ ଉର୍ଦ୍ଧ୍ବ ନିରିହ ବାଳିକାମାନେ ଏପରି ଶିକାର ହେଉଛନ୍ତି।ଯେପରି ବାଳିକା ମାନେ ବିକଟାଳ ରଡି କରି ପାଟି କରୁଛନ୍ତି।ଦାନ୍ତ କାମୁଡ଼ି ପଡୁଛନ୍ତି।ଏପଟେ ଗୁଣି ଗାରେଡି ଭୟରେ ଅଭିଭାବକ ମାନେ ନିଜ ପିଲାମାନଙ୍କ ଦେହରୁ ଭୂତ ଛଡାଇବା ପାଇଁ ଗୁଣିଆ ମାନଙ୍କୁ ଆଣି ଝଡାଫୁଙ୍କା କରିବା ପରେ ପିଲାମାନେ ପୁଣି ପୂର୍ବ ଅବସ୍ଥାକୁ ଫେରିଆସୁଛନ୍ତି।ଯାହାକି ଅଞ୍ଚଳରେ ଆଲେଡନା ସୃଷ୍ଟି ହୋଇଛି।ଚର୍ଚ୍ଚାର ବିଷୟ ପାଲଟିଛି।

ସୋମବାର ଦିନ ଅଭିଭାବକ ମାନେ ନିଜର ପିଲାମାନଙ୍କୁ ଏପରି କେହି ଗୁଣି ଗାରେଡି କରିବା ଭାବେ ମହାବୀର ପୀଠର ବାବା ରାଜୀବ ଲୋଚନ ଦାସଙ୍କୁ ଡାକିଥିବା ସ୍କୁଲରେ ଆଧ୍ୟାତ୍ମିକତା ଉପାୟରେ ପିଲାମାନଙ୍କୁ ଭଲ କରିବା ଆସିଥିବା ବେଳେ ଅନ୍ୟପଟେ ସ୍ଥାନୀୟ ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସକ ଡା .ଗିରିଜା ଶଙ୍କର ଦାଶ ଆସି ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରକ୍ଷୀ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବେଲି କହିଥିଲେ ।ଏପଟେ କିଛି ଅଭିଭାବକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଆସି ପିଲାମାନଙ୍କୁ ସ୍ୱାସ୍ଥ୍ୟ ସଠିକ୍ ଭାବରେ ପରିକ୍ଷା କରିବା କଥା ଅଭିଯୋଗ କରିଥିବା ବେଳେ କେହି କେହି ଭୂତ ପେତ୍ ଲାଗିବା କହି ଝଡାଫୁଙ୍କା ଜାରିରଖିଛନ୍ତି।ତେବେ ଏପରି ଭୂତ ପେତ ଭୟରେ ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହୋଇଛି।ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ତେବେ କଣ ଏ ଘଟଣା ପ୍ରକୃତ ସତ୍ୟାସତ୍ୟ କଣ? ଏପରି ଆଉ କେତେ ଦିନ ଚାଲିବା ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଓ ଅଞ୍ଚଳ ବାସୀ।
