ବାଣିଶ୍ରୀ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା
ବାଣିଶ୍ରୀ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ,ଭାଗନେଲେ ୨୪୬ କୁନି ବୈଜ୍ଞାନିକ ।ରଙ୍ଗେଇଲୁଣ୍ଡା :-୦୯/୧୨() ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଚଟି ସ୍ଥିତ ବାଣିଶ୍ରୀ ବିଦ୍ୟାମନ୍ଦିର ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ରଙ୍ଗେଇଲୁଣ୍ଡା ବ୍ଲକ ସହ ଶିକ୍ଷାଧିକାରୀ ସୁକାନ୍ତ କୁମାର ଜେନା ଯୋଗ ଦେଇ ବିଜ୍ଞାନ ମେଳାର ଉଦଘାଟନ କରି ପିଲାମାନଙ୍କ ଦ୍ବାରା ପ୍ରଦର୍ଶିତ ସମସ୍ତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାମନ୍ଦିରର ସଭାପତି ଜୁଧିଷ୍ଠିର ଭଞ୍ଜ ସାମନ୍ତ , ସମ୍ପାଦକ ବିଘ୍ନରାଜ ଜେନା,ସମ୍ମାନୀତ ଅତିଥି ଭାବେ ସହ ସମ୍ପାଦକ ସୁଦର୍ଶନ ରାଉଳ ,କୁଷ୍ଣ ଚନ୍ଦ୍ର ଜେନା, ଗୋପାଳ ସେଠୀ ପ୍ରମୁଖ ଯୋଗ ଦେଇଥିବାବେଳେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ମାନସିକ, ବୈଷୟିକର ବିକାଶ ପାଇଁ ଜ୍ଞାନ ବିଜ୍ଞାନ ଓ କୌଶଳର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପିଲାମାନଙ୍କ ସ୍ବନିର୍ମିତ ପ୍ରକଳ୍ପକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ଭାବେ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଆଚାର୍ଯ୍ୟ,ଶ୍ରୀମତୀ ପ୍ରମୋଦିନୀ ଦାସ, ହିମାଂଶୁ ଶେଖର ସାହୁ, ନିରଞ୍ଜନ ପଣ୍ଡା, ସିଆରସିସି ରବିନ୍ଦ୍ର ସେଠୀ ପ୍ରମୁଖ ପ୍ରକଳ୍ପର ମୁଲ୍ୟାୟନ କରିଥିଲେ, ଏହି ବିଜ୍ଞାନ ମେଳାର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷକ ବିଘ୍ନରାଜ ଜେନା ଆଲୋକପାତ କରିଥିଲେ । ବିଜ୍ଞାନ ମେଳାରେ ମୋଟ ୨୪୬ ଟି ପ୍ରକଳ୍ପ ସ୍ଥାନ ପାଇଥିଲା, ସେଥିମଧ୍ୟରୁ ୯ମ ଶ୍ରେଣର ଛାତ୍ରୀ ଅର୍ଚ୍ଚିତା କୁମାରୀ ରାଉଳଙ୍କ ଆଣବିକ ଶକ୍ତିକେନ୍ଦ୍ର ପ୍ରକଳ୍ପ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଜ୍ଞାନ ମେଳାରେ ସହଯୋଗ କରିଥିବା ବେଳେ ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରକାରର ପ୍ରଜେକ୍ଟ ଗୁଡ଼ିକ ବୁଲି ଦେଖିବା ସହିତ ସେମାନଙ୍କୁ ପ୍ରଶଂସା କରିଥିଲେ ।ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଦ୍ୟୁତ୍ ପ୍ରଭା ମହାରଣା ପରିଚାଳନା କରିଥିବା ବେଳେ ଆଶିଷ ଗୁରୁଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ବିଜ୍ଞାନ ମେଳାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନ ପତ୍ର ଏବଂ ମେଡାଲ ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ ।
