ବିଜ୍ଞାନ ମେଳା ଓ କଣ୍ଢେଇ ସଭା ଅନୁଷ୍ଠିତ
ବ୍ରହ୍ମପୁର, ପୁରୁଣା ବ୍ରହ୍ମପୁର, ମାଳୁଆଣି ମନ୍ଦିର ନିକଟ ମା ସରସ୍ଵତୀ ଶିଶୁମନ୍ଦିର ପରିସରରେ ବିଜ୍ଞାନ ମେଳା ଓ କଣ୍ଢେଇ ସଭା ବେଶ ଧୁମଦାମ ରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟୟନରତ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା।ମୁଖ୍ଯ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଦେବୀପ୍ରସାଦ ସାହୁ,ଅନ୍ୟତମ ପ୍ରମୁଖ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଜୟସେନ ପ୍ରଧାନ ,ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ର ବରିଷ୍ଠ ସଦସ୍ଯ ତଥା ସମାଜସେବୀ ସନ୍ତୋଷ କୁମାର ମହାନ୍ତି, ସାମ୍ବାଦିକ କାଳି ଦାସ,ଲଳିତ ମହାରଣା, ଗଞ୍ଜାମ ଜିଲ୍ଲା ଘରୋଇ ବିଦ୍ୟାଳୟ ଶିକ୍ଷକ କର୍ତୃପକ୍ଷ ମହାସଂଘର ପ୍ରଚାର ପ୍ରସାର ଦାୟିତ୍ଵ ଥିବା ରମେଶ ଚନ୍ଦ୍ର ବେହେରା ଓ ଗଂଜାମ ଜ଼ିଲ୍ଲା ବ୍ରାହ୍ମଣ ମହାସଭାର ସାଂଗଠନିକ ସଭାପତି ତଥା ସାମ୍ବାଦିକ ଅନିଲ କୁମାର ଚୌଧୁରୀ ପ୍ରମୁଖ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ।ଅନିଲ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାନଙ୍କ ସହ ବହୁ ଅଭିଭାବକ ଯୋଗଦେଇ ଥିଲେ।ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରକଳ୍ପ ଗୁଡିକ ଅତିଥିମାନେ ବୁଲି ଦେଖିବା ସହ ସେମାନଙ୍କ ଦ୍ବାରା ବିସ୍ତାର ଭାବେ ବୁଝାଇ ଉପସ୍ଥିତ ସମସ୍ତଙ୍କ ମନ ଆକର୍ଷିତ କରିଥିଲା।ଏହି କାର୍ଯ୍ୟକ୍ରମ ରେ ଗୁରୁମା, ଗୁରୁଜୀ ମାନେ ସହଯୋଗ କରିଥିଲେ
