ସରସ୍ଵତୀ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
କୋଣାର୍କ,- କୋଣାର୍କ ନିକଟସ୍ଥ ବାଲିଦୋକାନ ସରସ୍ଵତୀ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର କୁନାକୁନି ଛାତ୍ରଛାତ୍ରୀ ମାନେ ନିଜ ନିଜର ଶ୍ରେଣୀ ପାଠ୍ୟକ୍ରମ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ନିଜର ପ୍ରକଳ୍ପ ସହ ଜ୍ଞାନ ବିଜ୍ଞାନ ମେଳାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶିତ କରିଥିଲେ।

ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ସ୍ଵର୍ଣ୍ଣ ଲତା ତ୍ରୀପାଠୀ, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଜଜ୍ ଭାବେ ପ୍ରକଳ୍ପ ମୂଲ୍ୟାୟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୂମା ଓ ଗୁରୁଜୀ ମାନେ ପରିଚାଳନା କରିଥିଲେ।
