ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ସୋରଡା ଶିଶୁ ବିଦ୍ୟାମନ୍ଦିର ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏହି ଅବସରରେ ସ୍ଥାନୀୟ ଏନ ଏ ସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି କାଲିର ନୂତନ ପିଢ଼ି ପାଇଁ ଆବଶ୍ୟକତା ଥିବା ଏଲ ଇ ଡ଼ି ଟି ଭିର ଉଦଘାଟନ କରି ପିଲାଙ୍କୁ ଉଛହିତ କରିଥିଲେ।ଯେଉଁଥିରେ ବିଦ୍ୟାଳୟ ର 180 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ଏହା ସହ ପିଲା ମାନଙ୍କ ମନରେ ବହୁ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି । ଖାସ କରି ପିଲା ମାନେ ବାୟୁ ପ୍ରଦୂଷଣ , ଯାନବାହାନ ଚଳାଚଳ ର ନିୟନ୍ତ୍ରଣ, ରକେଟ ବିଜ୍ଞାନ,ଆଧୁନିକ ବିଜ୍ଞାନ ଉପରେ ରୁଚି ରଖିଥିବା ଦେଖିବାକୁ ମିଳିଛି ।ଛୋଟ ଛୋଟ ପିଲା ମାନେ ମଧ୍ୟ ଏଥିରେ ଭାଗ ନେବା ସହ ଅଭିଭାବକ ମାନେ ପାଖରେ ରହି ପିଲା ମାନଙ୍କୁ ଉଛାହିତ କରୁଛନ୍ତି ।

ଆଜିର ଏହି ମେଳାରେ ସଂସ୍କୃତି ଜ୍ଞାନ,ପ୍ରଶ୍ନମଞ୍ଚ,ବୈଦିକ ଗଣିତ,ବିଂଜ୍ଞାନ ପ୍ରଶ୍ନ ମଞ୍ଚ ଆଦି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସୁନିଲ କୁମାର ରଥ,ବିଜ୍ଞାନ ପ୍ରମୁଖ ଜିତେନ୍ଦ୍ର ମହାରଣା, ପରିଚୟ ପ୍ରଦାନରେ ନାରାୟଣ ସାହୁ, ଧନ୍ୟବାଦ୍ ଅର୍ପଣ ରେ ପୁର୍ଣ୍ଣ ଚନ୍ଦ୍ର ଦାସଆଦି ସମ୍ପାଦନ କରିଥିବା ବେଳେ ପରିଶେଷରେ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ ଶିଶୁ ମନ୍ଦିର ସଭାପତି ରୋହିତ କୁମାର ବିଷୋୟୀ, ଉପ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାଙ୍କୁଡ଼,ସମ୍ପାଦକ ମହେଶ୍ୱର ସାହୁ, ସହ ସମ୍ପାଦକ ଗୁରୁ ପ୍ରସନ୍ନ ପଟ୍ଟନାୟକ ରହି ମାନ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ମାନେ ରହି ସହୋଯୋଗ କରିଥିବା ବେଳେ ଅଭିଭାବକ ଓ ସହପାଠୀ ମାନେ ଛାତ୍ରଛାତ୍ରୀଙ୍କୁ ଉଛହିତ କରିଥିଲେ ।
