ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ.
ପୁରୀ ତା ୯. ୧୦. ୨୦୨୫ ରିଖରେ ଓଡିଶାର ଅଗ୍ରଣୀ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୧୯୯୧-୯୪ ବ୍ୟାଚ ର ବାଣିଜ୍ୟ ସ୍ନାତକ ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କ ପ୍ରୟାସରେ ଆଜି କଲେଜ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗୋପବନ୍ଧୁଙ୍କର ଏକ ଆବଦ୍ଧ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ଦ୍ବିବେଦୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ସାମନ୍ତ ଚନ୍ଦ୍ରଶେଖର ଙ୍କ ପାଖରେ ଦୀପଦାନ ଓ ବୃକ୍ଷ୍ୟରୋପଣ ପରେ ଏକ ସାଧାରଣ ସଭା ଓ ପୂଜ୍ୟ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ଦ୍ବିବେଦୀ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ତଥା ବରିଷ୍ଠ କବି ଡ଼ଃ ଦିଲ୍ଲୀପ ସ୍ୱାଇଁ ଯୋଗ ଦେଇଥିଲେ l
ଉକ୍ତ ଉତ୍ସବରେ ବାଣିଜ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ଡ଼ଃ ବିମଲ ପ୍ରସାଦ ମହାପାତ୍ର, ପ୍ରଫେସର ଶ୍ରୀଯୁକ୍ତ ନିମାଇଁ ଚରଣ ଜେନା, ପ୍ରଫେସର ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଏବଂ ପ୍ରଫେସର ଡ଼ଃ ଭଗବାନ ଦାସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସନମାନିତ କରାଯାଇଥିଲା। ପୁରାତନ ଛାତ୍ର ଓ ଛାତ୍ରୀ ମାନେ ଗୁରୁମାନଙ୍କର ସ୍ମୃତି ଚାରଣ କରିଥିଲେ ଓ ନିଜର ଅନୁଭୂତି ବଖାଣି ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଭଗବାନ ଦାସ ଏହି ମହାବିଦ୍ୟାଳୟକୁ ଏକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବାପାଇଁ ପ୍ରସ୍ତାବ ଦେଇଥିଲେ।

କାର୍ଯକ୍ରମ କୁ ୧୯୯୧-୯୪ ର ବାଣିଜ୍ୟ ସ୍ନାତକ ଛାତ୍ର ଶ୍ରୀ ସଞ୍ଜୀବ କୁମାର ରଥଶର୍ମା ପରିଚାଳନା କରିଥିଲେ। ଶତାଧିକ ପୁରୁଣା ଛାତ୍ର ଓ ଛାତ୍ରୀ, କଲେଜର ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଆଲୁମିନୀ ମାନଙ୍କ ର ଏହିପରି ଉଦ୍ୟମ କୁ ସଭାରେ ଉପସ୍ଥିତ ଅତିଥମାନେ ଭୂୟସୀ ପ୍ରଶଂସା କରିଥିଲେ।।

Leave a Reply

Your email address will not be published. Required fields are marked *