ଆଞ୍ଚଳିକ ପାଲା ବିକାଶ ପରିଷଦର ଦ୍ଵିତୀୟ ବାର୍ଷିକ ଉତ୍ସବ

କୋରେଇ, ୧୬/୬: କୋରେଇ ବ୍ଲକ ଅନ୍ତର୍ଗତ ସର୍ବପୁରାତନ ପାଲା ଅନୁଷ୍ଠାନ ହଳଦିଗଡିଆ ପରିସରରେ ଆଞ୍ଚଳିକ ପାଲା ବିକାଶପରିଷଦର ଦ୍ଵିତୀୟବାର୍ଷୀକ ଉତ୍ସବ ଓ ସଂଵର୍ଧନାପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି.ଅନୁଷ୍ଠାନର ସଦ୍ଭାପତି ସନାତନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା. ପ୍ରାରମ୍ଭରେସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ସୁଶ୍ରୀସ୍ନେହାରlଣୀ ନାଥ ଓ ସୁଶ୍ରୀ ଉଷାରାଣୀ ମିଶ୍ର। ଏହି ଉତ୍ସବରେ ଯାଜପୁର ଜିଲ୍ଲାର ଅନେକ ପାଲା ମଞ୍ଚର ସମସ୍ତ ସଭାପତି ଓ ସମ୍ପାଦକ ମାନେ ଏକତ୍ରିତ ହୋଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।।ଏହି ଅବସରରେ ଯାଜପୁରଜିଲ୍ଲାର ଲୋକପ୍ରିୟ ସମାଜସେବୀ ଶ୍ରୀଯୁକ୍ତ ଭବ ପ୍ରସାଦ ଦାସ ଉପସ୍ଥିତ ହୋଇ ଆବଶ୍ୟକୀୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଓଡିଶା ପାଲା ଜଗତର ସୁନାମ ଧନ୍ୟ ପାଲା ଗାୟକ ଜ୍ଞାନ ଜ୍ୟୋତି ଶରତ କୁମାର ଦଳେଇ ଏବଂ ଗାୟକ ଶିରୋମଣି ଅଧ୍ୟାପକ ଅଭିରାମ ଶତପଥି ସମ୍ମାନୀତ ଅତିଥିଭାବେ ଯୋଗଦେଇଥିବାବେଳେ। ଆୟୋଜିତ ସଭାରେ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ ଅନୁଷ୍ଠାନର ଉପସଭାପତି ବୃନ୍ଦାବନ ସାହୁ,, ମୁଖ୍ୟ ଅତିଥି ଭବ ପ୍ରସାଦ ଦାସ,, ସମ୍ମାନୀତ ଅତିଥି ବିଜୟ କୁମାର୍ ଜେନା,, ମୁଖ୍ୟବକ୍ତା ଗାୟିକା ନିରୁପମା ପଣ୍ଡା ,, ନିମନ୍ତ୍ରିତ ଅତିଥି ମାଧବାନନ୍ଦ ପରିଡ଼ା,, ସମ୍ପାଦକ ଚିତ୍ତ ରଂଜନ ସାହୁ ପ୍ରମୁଖ ଯୋଗଦେଇଥିବାବେଳେ ରଙ୍ଗାଧର ବ୍ରହ୍ମା,, ସୁରେନ୍ଦ୍ର କୁମାର ମିଶ୍ର, ରମେଶ କୁମାର ରାଉତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।।

ଏହିପରି ପେକ୍ଷୀରେ ଅତିଥି ମାନେ ପାଲା ପରିବେଷଣ ମଧ୍ୟରେ ଅପସଂସ୍କୃତି କୁ ବିରୋଧ କରିଥିଲେ।। ଇତ୍ୟବସରରେ ଜିଲ୍ଳାର ପ୍ରାୟ ୫୦ ଗୋଟି ପାଲା ଅନୁଷ୍ଠାନର ସଭାପତି ଓ ସମ୍ପାଦକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ହଳଦୀ ଗଡିଆ ପାଲା କମିଟି ସଭାପତି ଗୋକୁଳାନନ୍ଦ ଦାସ୍,, ସମ୍ପାଦକ ଭବlନୀ ଶଙ୍କର ଦାସ୍,, ଉପସ୍ଥିତ ଥିଲେ।। ନିମନ୍ତ୍ରିତ ସାମ୍ବାଦିକ ଭୁବନ ମୋହନ ମହାନ୍ତି, କଳ୍ପତରୁ ଧିର,, ସୁନିଲ କୁମାର ଓଝା,, ସୋଭିନ କୁମାର୍,, ସନ୍ତୋଷ କୁମାର ସେଠୀ, ନିଗମ ପ୍ରସାଦ ନାଥ,, ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ଵ ଶେଷରେ ଜିଲ୍ଲା ଅନୁଷ୍ଠାନର କୋଷାଧ୍ୟକ୍ଷ ଜ୍ୟୋତି ରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଭା ସାଙ୍ଗ କରିଥଲେ।।।ଏଭଳି କାର୍ଯ୍ୟକ୍ରମ ସମାଜ ସଂସ୍କାର ଦିଗରେ ନିଶ୍ଚିତ ଫଳପ୍ରଦ ହୋଇ ପାରିବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।।

Leave a Reply

Your email address will not be published. Required fields are marked *