ଶ୍ରୀମନ୍ଦିରରେ ଦେବ ଦୀପାବଳୀ ଦ୍ୱିତୀୟ ଦିନ
Date:20.11.25 ବଡ଼ଦାଣ୍ଡ ହୋଇ ଉଠିଥିଲା ଦୀପମୟ।ଶ୍ରୀମନ୍ଦିରରେ ଦେବ ଦୀପାବଳୀର ଆଜି ଦ୍ୱିତୀୟ ଦିନ। ଦେବ ଦୀପାବଳି ଅବସରରେ ଓଡିଶା ଇଣ୍ଟରନାସନାଲ ସେଣ୍ଟର ଏବଂ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଦ୍ବାରା ଶ୍ରୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଛି।ଶ୍ରୀମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଏଁ ରାସ୍ତା ର ଉଭୟ ପାର୍ଶ୍ଵରେ ଏକ ଲକ୍ଷ ଦୀପ ପ୍ରଜ୍ଜ୍ଵଳିତ ହୋଇଛି। ପରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ରୀମନ୍ଦିରରେ ଗତକାଲି ଠାରୁ ଆରମ୍ଭ ହୋଇଛି ଦେବ ଦୀପାବଳୀ ।ମାନନୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ଚାରି ଯୁଗରେ ନିଜର ପିତା ମାତାଙ୍କ ଉଦ୍ଧେଶ୍ୟରେ ତିନି ଦିନ ଧରି ଶ୍ରାଦ୍ଧ ,ଦୀପଦାନ କରିଥାନ୍ତି।ଆଉ ଏହି ମହାନ୍ ପରମ୍ପରାରେ ସାମିଲ ହୋଇଛନ୍ତି ସାଧାରଣ ଶ୍ରଦ୍ଧାଳୁ ।ଶ୍ରୀମନ୍ଦିର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କାରୁଛନ୍ତି। ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ , ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି। ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ,ଦଶରଥ-କୋଶଲ୍ୟା-କୈକୟୀ-ସୁମିତ୍ରା , ନନ୍ଦ-ଯଶୋଦା , ବସୁଦେବ-ଦେବକୀ ଓ ରାଜା ଇନ୍ଦ୍ରଦ୍ୟୁମ୍ନ- ରାଣୀ ଗୁଣ୍ଡିଚା ଙ୍କ ଉଦେଶ୍ୟ ରେ ଦୀପଦାନ କରାଯାଇଥାଏମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଦିନ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ, ଅମାବସ୍ୟା ଦିନ ରାଜା ଦଶରଥ, କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ, ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି ।।ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହା “ଦେବ ଦୀପାବଳି” ଓ “ଶ୍ରାଦ୍ଧବେଶ” ନାମରେ ପ୍ରସିଦ୍ଧ। ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି ।ମହାପ୍ରଭୁ ତିନି ଦିନରେ ନିଜ ସହଧର୍ମିଣୀ ମାନଙ୍କ ସଙ୍ଗେ ନିଜ ପିତାମାତାଙ୍କ ସ୍ମୃତିରେ ଦେବଦୀପାବଳି ପାଳନ କରିଥାନ୍ତି। ଏଥିରୁ ଅନୁମେୟ ହୁଏ ସ୍ଵୟଂ ଭଗବାନଙ୍କର ନିଜ ପିତାମାତାଙ୍କୁ କେତେ ଶ୍ରଦ୍ଧା। ପିତାମାତାଙ୍କ ସ୍ଥାନ ସର୍ବୋପରି ଏଥିରୁ ଶିକ୍ଷା ମିଳେ।।
