ଶରଧାବାଲି ଉନ୍ନୀତ ଉ.ପ୍ରା.ବିଦ୍ୟାଳୟରେ ଖଡ଼ି ଛୁଆଁ ପର୍ବର ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ
ଅଦ୍ୟ ତା ୦୩.୦୪.୨୦୨୫ ରିଖ ଗୁରୁବାର ଦିନ ଶରଧାବାଲି ଉନ୍ନୀତ ଉ.ପ୍ରା.ବିଦ୍ୟାଳୟରେ ଖଡ଼ି ଛୁଆଁ ପର୍ବର ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମଆରମ୍ଭ କରାଯାଇଥିଲା। ଏହି ଦିନ ଟିକିତାରା ଶିଶୁ କିଶୋର ପତ୍ରିକାର ସମ୍ପାଦକ ବିପିନ୍ ବିହାରୀ ଦଳାଇ ଅତିଥି ଭାବରେ ଯୋଗଦାନ କରିଥିଲେ।ତତ୍ପରେ ଅତିଥି ‘ଙ୍କ ଦ୍ବାରା ଦୁଇ କୁନି ଛାତ୍ରଛାତ୍ରୀଙ୍କର ଖଡ଼ି ଛୁଆଁ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।ଏହାପରେ ନାମ ଲେଖାଇବାକୁ ଆସିଥିବା ପିଲାମାନଙ୍କୁ ନେଇ ବିଦ୍ୟାଳୟର ବଡ଼ ପିଲାମାନେ ନାଚ ଓ ଗୀତ ମାଧ୍ୟମର”କୁନି ସଙ୍ଗାତ” କାର୍ଯ୍ୟକ୍ରମ କରିଥିଲେ।ଏହାପରେ ଆସ ଶୁଣିବା ଓ ଛବି ଖୋଜିବା,ଆସ ଅଙ୍କାବଙ୍କା ଚାଲିବା ଆଦିକାର୍ଯ୍ୟ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ କରାଯାଇଥିଲା।ନୂଆ ପିଲାମାନେ ଅଙ୍ଗନବାଡିରୁ ଶିଖିଥିବା କବିତା ଆବୃତ୍ତି କରିଥିଲେ। ଏହାପରେ ଅତିଥି ବିପିନ୍ ବିହାରୀ ଦଳାଇ ପିଲାମାନଙ୍କ ସହ ଶବ୍ଦ ଅନ୍ତାକ୍ଷରୀ ଖେଳିଥିଲେ ଓ ଏହା ବଡ ମଜାଦାର ହୋଇଥିଲା। ଏହି ସମସ୍ତ କାର୍ଯ୍ୟକୁ ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ମିଶ୍ର ପରିଚାଳନା କରିଥିଲେ ଓ ତାଙ୍କୁ ସମସ୍ତ ସହ ଶିକ୍ଷୟିତ୍ରୀ ଯଥା- ଲୋପାମୁଦ୍ରା କର, କଳ୍ପନା ଦାଶ, ସସ୍ମିତା ମିଶ୍ର, ସ୍ମୃତି ପ୍ରତିଭା ଭୋଳ, ପ୍ରତୀକ୍ଷା ନାୟକ, ରଶ୍ମିକାନ୍ତ ମହାରଣାଙ୍କ ସମେତ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଓ ସଦସ୍ୟ ସଦସ୍ୟାମାନେ ପୂର୍ଣ୍ଣ ସହଯୋଗ କରିଥିଲେ
