ଜାତୀୟ ଶିକ୍ଷା ନୀତି ୨୦୨୦ଜାତୀୟସ୍ତରୀୟ କର୍ମଶାଳାର ଦ୍ବିତୀୟ ଦିନ

ଶିକ୍ଷାଦାନ ପଦ୍ଧତିର ଉନ୍ନତିକରଣ ଉପରେ ଗୁରୁତ୍ବ• ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ଦକ୍ଷତା ଶିକ୍ଷା ପାଇଁ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ଭୁବନେଶ୍ବର, ୨୨ ଜାନୁଆରୀ ୨୦୨୫ କର୍ମଶାଳାର ଦ୍ୱିତୀୟ ଦିନରେ ଗ୍ରୁପ୍ ଗୁଡ଼ିକ ବାକି ଥିବା ବିଭିନ୍ନ କାର୍ଯ୍ୟ, ସମୟସୀମା, କାର୍ଯ୍ୟ ଯୋଜନା, ଏବଂ ଶିଶୁ ବାଟିକାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଏବଂ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଜାତୀୟ ପାଠ୍ୟକ୍ରମ ରୂପରେଖ ୨୦୨୩ କୁ ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନେଇ ଆଲୋଚନା କରାଯାଇଛି । ପାଠ୍ୟକ୍ରମ ଭାର ହ୍ରାସ କରିବା, ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରିବା ଏବଂ ଅଭିଜ୍ଞତାମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବା ସହ ଗ୍ରୁପ୍ ଗୁଡ଼ିକ ନୂତନ ବିଷୟ ପ୍ରଚଳନ କରିବା, ଅଭିନବ ଶିକ୍ଷାଦାନ ପଦ୍ଧତି ଗ୍ରହଣ କରିବା, ବିବିଧ ମୂଲ୍ୟାଙ୍କନର ବ୍ୟବହାର କରିବା ଏବଂ ଶିକ୍ଷା ମାନଦଣ୍ଡ ହାସଲ କରିବା ପାଇଁ ସୁସଂଗଠିତ ସମୟସୀମା ସୁନିଶ୍ଚିତ କରିବା ବିଷୟରେ ଆଲୋଚନା କରିଥିଲେ ।ଗ୍ରୁପ୍ ଗୁଡ଼ିକ ପ୍ରଭାବଶାଳୀ ନିର୍ଦ୍ଦେଶ ଏବଂ ମୂଲ୍ୟାଙ୍କନ ପାଇଁ ଏକାଧିକ ବୋର୍ଡର ଏକୀକରଣ, ସ୍ପଷ୍ଟ ପାଠ୍ୟକ୍ରମ ଏବଂ ଶିକ୍ଷଣ ଫଳାଫଳ ସହିତ ଏକ “ମାଧ୍ୟମିକ ପର୍ଯ୍ୟାୟ-୨ ରାଜ୍ୟ ପାଠ୍ୟକ୍ରମ ରୂପରେଖ” ବିକଶିତ କରିବା ନେଇ ଆଲୋଚନା କରିଥିଲେ । ଏଥିସହିତ ଶିକ୍ଷକମାନେ ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ଗ୍ରେଡ୍ ସ୍ତରରେ ହୋଲିଷ୍ଟିକ୍ ପ୍ରୋଗ୍ରେସ୍ କାର୍ଡ (HPC) ଏବଂ ମୂଲ୍ୟାଙ୍କନ ରେଜିଷ୍ଟର କାର୍ଯ୍ୟକାରୀ କରିବା ଉପରେ ସେମାନଙ୍କର ଅଭିଜ୍ଞତା ବଖାଣିଥିଲେ । ସେମାନେ ବିଦ୍ୟାଳୟସ୍ତରରେ HPC କାର୍ଯ୍ୟକାରୀ କରିବାରେ ସମ୍ମୁଖୀନ ହେଉଥିବା ଆହ୍ବାନ ଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ଶିକ୍ଷକଙ୍କ ଶିକ୍ଷା ଏବଂ ସେମାନଙ୍କ ବୃତ୍ତିଗତ ବିକାଶକୁ ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ସମନ୍ୱିତ କରିବା ନିମନ୍ତେ ଏକ ଉତ୍ସର୍ଗୀକୃତ ଟାସ୍କ ଫୋର୍ସ ଗଠନ ଏବଂ ବାଦ୍ ପଡିଯାଉଥିବା ଅନ୍ୟାନ୍ୟ ଦିଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ।

ସେହିପରି ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ଦକ୍ଷତା ଶିକ୍ଷା ପାଇଁ କାର୍ଯ୍ୟାନ୍ୱୟନ ଯୋଜନାର ରୂପରେଖ ଉପସ୍ଥାପନ କରାଯାଇଥିଲା । ଭିତ୍ତିଭୂମି ଏବଂ ପାଣ୍ଠି, ଶିକ୍ଷକ ନିଯୁକ୍ତି ଏବଂ ସେମାନଙ୍କ ତାଲିମ୍ ଉପରେ ଧ୍ୟାନ ଦେବା, ମୂଲ୍ୟାଙ୍କନ କରି ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ଦିଗରେ ଆଲୋଚନା କରାଯାଇଛି । ଶିକ୍ଷକମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କର ନିରନ୍ତର ବୃତ୍ତିଗତ ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଛି । ଶିକ୍ଷାଦାନ ଏବଂ ପ୍ରଶାସନିକ ପ୍ରକ୍ରିୟାରେ କୃତିମ ବୁଦ୍ଧିମତାର ଉପଯୁକ୍ତ ଏବଂ ନିରାପଦ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟ ପାଠ୍ୟକ୍ରମ ରୂପରେଖରେ ଜାତୀୟ ଶିକ୍ଷା ନୀତିକୁ ସମନ୍ବୟ କରି ଭିତ୍ତିଭୂମି ଓ ଶିକ୍ଷକ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିବା ସହ ‘ପଞ୍ଚକୋଷ’ (ଭାରତୀୟ ମନସ୍ତତ୍ତ୍ବ ଏବଂ ଦର୍ଶନ) କୁ ଉଲ୍ଲେଖ କରାଯାଇଛି । ଶିକ୍ଷଣ ସାମଗ୍ରୀ, କାର୍ଯ୍ୟକଳାପ ଏବଂ ବିଦ୍ୟାଳୟ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତିକରଣକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା ।ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଏବଂ ଟିଏଲଏମ୍ (Teacher Learning Materials) ବିକାଶ ନିମନ୍ତେ ଏକ କାର୍ଯ୍ୟ ଯୋଜନା ବିକଶିତ କରିବା ନେଇ ଆଲୋଚନା ହୋଇଛି । ଏଥିରେ ୩ ପ୍ରକାରର ସମୟସୀମା ରହିବ ବୋଲି ସୂଚନା ଦିଆଯାଇଥିଲା । ଯଥା-• ଇମିଡିଏଟ୍ : ୬ ମାସ ମଧ୍ୟରେ• ସ୍ୱଳ୍ପକାଳୀନ: ୬-୧୨ ମାସ• ଦୀର୍ଘକାଳୀନ: ୧ ବର୍ଷରୁ ଅଧିକପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ଶିକ୍ଷାଗତ ଏବଂ ପ୍ରଶାସନିକ ପ୍ରକ୍ରିୟା, ସମ୍ପ୍ରଦାୟ ଭାଗିଦାରୀ, ଅନ୍ତର୍ଭୁକ୍ତିକରଣ ଏବଂ ବିଦ୍ୟାଳୟ କ୍ଲଷ୍ଟର ମାଧ୍ୟମରେ ଆବଶ୍ୟକୀୟ ସମ୍ବଳ ବଣ୍ଟନ । ଶିକ୍ଷକ ଏବଂ ବିଦ୍ୟାଳୟ ମୁଖ୍ୟମାନଙ୍କ ପାଇଁ କ୍ଷମତାବୃଦ୍ଧି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ରୋଜାଲିନ୍ ସାହୁଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *