ଯଯାତି ୨୦୨୬ ଦ୍ୱିତୀୟ ସନ୍ଧ୍ୟା

ଯାଜପୁର, ୨୧/୦୩/୨୬: ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟ ସଂଗୀତର ଏକ ନିଆରା ଆସର ଜମିଥିଲା। ଆଜି ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା କଳାକାରମାନେ ଅତି ସୁନ୍ଦର ଭାବେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ପାରମ୍ପରିକ ଲୋକନୃତ୍ୟ ଏବଂ ଲୋକ ସଙ୍ଗୀତ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ସାଜିଥିଲା ଯଯାତି ମହୋତ୍ସବର ଅଭିମନ୍ୟୁ ସାମନ୍ତସିଂହାର ମଞ୍ଚ। ଜିଲ୍ଲାପାଳଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିରଜା ସାଂସ୍କୃତିକ ଏକାଡେମୀ, ଆହ୍ୱାନ ଥିଏଟର ଗ୍ରୁପ୍, ଦେବ ଡାନ୍ସ ଗ୍ରୁପ୍, କଳାହାଣ୍ଡିର ସମର୍ଥ ଦୃଷ୍ଟିହୀନ ସଂଘ, ଅନ୍ୱେଷଣ ଗ୍ରୁପ୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଓଲିଉଡ ଗାୟକ ଶଶାଙ୍କ ଶେଖର ଏବଂ ଗାୟିକା ସୋହିନୀ ମିଶ୍ରଙ୍କ କଣ୍ଠସ୍ଵରରେ ଜନସାଧାରଣ ଝୁମିଥିଲେ। ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ ସସ୍ମିତା ଦାସ ଓଡ଼ିଶାର ଲୋକ ସଂସ୍କୃତି, ଜନଜାତି ଜୀବନ, ରସଗୋଲା, ଖାଦ୍ୟବ୍ୟଞ୍ଜନ ଭଳି ଥିମକୁ ନେଇ ଗୀତ ପରିବେଷଣ କରିଥିଲେ, ଯାହା ସମବେତ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା।

ଏହା ପରେ ରେଟ୍ରୋ ମ୍ୟୁଜିକକୁ ଦର୍ଶକମାନେ ଉପଭୋଗ କରିଥିଲେ। ସମସ୍ତଙ୍କ ଅପେକ୍ଷା ଥିଲା ପ୍ରଖ୍ୟାତ ବଲିଉଡ ଗାୟକ ବି ପ୍ରାକଙ୍କୁ ଶୁଣିବା ପାଇଁ। ବି ପ୍ରାକ ଏବଂ ତାଙ୍କ ଟିମଙ୍କ ଦମଦାର ଗୀତରେ ଯାଜପୁର ଜିଲ୍ଲାବାସୀ ବେଶ୍ ନାଚିଥିଲେ ଆଉ ଝୁମିଥିଲେ। ଯଯାତି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ରଙ୍ଗିନ ମାହୋଲରେ ଦର୍ଶକ ମତୁଆଲା ହୋଇଥିଲେ।

Leave a Reply

Your email address will not be published. Required fields are marked *