ୟୁଥ୍ କଲ୍ଚରାଲ ଫାଉଣ୍ଡେସନ ଦ୍ବାରା ଆୟୋଜିତ ୭ମ ମହୋତ୍ସବରେ ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ

ପୁରୀ, ତା – ୧୦.୦୧.୨୦୨୬ ରିଖ ଆରମ୍ଭ ୟୁଥ୍ କଲ୍ଚରାଲ ଫାଉଣ୍ଡେସନ ଦ୍ବାରା ଆୟୋଜିତ ୭ମ ଆରମ୍ଭ ମହୋତ୍ସବରେ ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ସ୍ଥାନୀୟ ପୌରସଦନ ଠାରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ର ଅଧ୍ୟକତାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ମାନ୍ୟବର ସାଂସଦ ରାଜ୍ୟସଭା , ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ପୂର୍ବତନ ବିଧାୟକ ପୁରୀ ତଥା ଅନୁଷ୍ଠାନର ଅଧ୍ୟକ୍ଷ ଅଭ୍ୟର୍ଥନା କମିଟି ର ଅଧକ୍ଷ , ସମ୍ମାନୀତ ଅତିଥି ଭାବେ ଶ୍ରୀ ମନୋଜ ରଥ , ପରିଚାଳନା ନିର୍ଦ୍ଦେଶକ IMT PHARMACY COLLEGE ତଥା ଅଧ୍ୟକ୍ଷ ଉତ୍କଳ ବିଦ୍ୱୋତ ପରିଷଦ , ଓଡ଼ିଶା , ଅର୍ଟୋତ୍ରଣ ଖୁଣ୍ଟିଆ , ହରେକୃଷ୍ଣ ମହାନ୍ତି ଓ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀମତୀ ରୁଚିମିତ୍ର ଜଗଦେବ ଓ ସଂସ୍କୃତି ସଂଚାଳକ ଶ୍ରୀ ସ୍ୟମପ୍ରକାଶ ସେନାପତି ମଞ୍ଚାସିନ ରହିଥିଲେ। ସଭା କାର୍ଯ୍ୟ ମଧ୍ୟରେ ଗୁରୁ ଶ୍ରୀମତୀ ରୁପଶ୍ରୀ ମହାପାତ୍ର ଆରମ୍ଭ – ସଂସ୍କୃତି ସମ୍ମାନ ୨୦୨୬ ଓ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ ଙ୍କୁ ଆରମ୍ଭ – ସମାଜସେବୀ ସମ୍ମାନ-୨୦୨୬ ରେ ସମର୍ପିତ କରାଯାଇଥିଲା । ଉପସ୍ଥିତ ବରେଣ୍ୟ ଅତିଥି ବୃନ୍ଦ ନାରୀ ଓ ମାତୃଶକ୍ତି ମାନଙ୍କ ମଧ୍ୟରେ ରୁକାୟିତ ଅନ୍ତର୍ନିହିତ ଶୁଣାଣୀ କୁ ନେଇ ପ୍ରତିଯୋଗିତା ଓ ‘ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ସମ୍ମାନ ’ ରେ ସମ୍ବର୍ଦ୍ଧିତ କରି ଓ ମା ‘ ମାନଙ୍କୁ ସାମାଜିକ ସ୍ନେହରେ ପରିଚିତ ଓ ସମ୍ମାନୀତ କରି କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ । ସଭାପର୍ବ ପରିସେଶ ରେ ମନୀଷା କଳାନିକେତନ ,ପୁରୀ , ଯଶଶ୍ରୀ ନୃତ୍ୟରଖୀ ଅନୁଷ୍ଠାନ , ସଙ୍ଗୀତ ସାଧନା ଅନୁଷ୍ଠାନ ଲୋଇସିଂହା ବଲାଙ୍ଗୀର , ନଟରାଜ ସଂସ୍କୃତି ଅନୁଷ୍ଠାନ ପୁରୀ , ଅଲ୍ .ସାଇନ୍ ଷ୍ଟୁଡିଓ ଗ୍ରୁପ୍ , ପୁରୀ ଆନୁଷ୍ଠାନ ପ୍ରଭୃତି ଚିତ୍ତାକର୍ଷକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶ୍ରୀ ପୀୟୂଷ ପଟ୍ଟନାୟକ ଙ୍କ ଦ୍ଵାରା ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିଚାଳିତ ହୋଇଥିଲା । ସାଧାରଣ ସମ୍ପାଦକ ଶ୍ରୀ ଦେବାଶିଷ ସିଂ , ଉପସଭାପତି ସୌମ୍ୟରଞ୍ଜନ ମିଶ୍ର ,ଶ୍ରୀ ସମୀର ଶତପଥୀ , ଶ୍ରୀ ଆଶୁତୋଷ ପଟ୍ଟନାୟକ, ଶ୍ରୀଯୁକ୍ତ ସୁଜିତ୍ କୁମାର ରାଉତ , ଶ୍ରୀଯୁକ୍ତ ପ୍ରଣୟ ରଂଶିଂ ଅନୁଷ୍ଠାନ ର ସଭ୍ୟ /ସଭ୍ୟା ଙ୍କ ଉପସ୍ଥିତିରେ ଶୃଙ୍ଖଳା ର ସହିତ ପ୍ରତ୍ୟେକ କାର୍ଯ୍ୟକ୍ରମ ଶୀତୁଆ ସନ୍ଧ୍ୟା ରେ ବେଶ୍ ଉପଭୋଗ୍ୟ ଥିଲା ଦ୍ୱିତୀୟ ସନ୍ଧ୍ୟାରେ ସଂଗ୍ରାମ କେଶରୀ କାନୁନ୍ ଗୋ ଓ ଜ୍ୟୋତିର୍ବିଦ ରଘୁନାଥ ଆଚାର୍ଯ୍ୟ ।

Leave a Reply

Your email address will not be published. Required fields are marked *