ବ୍ୟାସନଗର, ଧବଳଗିରି ରେ ସେକ୍ଟର ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ

ରାଜ୍ୟ ସରକାରଙ୍କ ପକ୍ଷରୁ କିଶୋର ଓ କିଶୋରୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା l ଏହି ଯୋଜନା କିଭଳି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସନଗର ସ୍ଥିତ ଧବଳଗିରି ଠାରେ କିଶୋରୀ ମେଳା ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ମେଳାରେ ମୁଖ୍ୟ ଅତିଥିଭାବେ ସିଡିପିଓ ସଂକୁନ୍ତଳା ନାୟକ ଓ ସ୍ଥାନୀୟ କାଉନସିଲର ସଭ୍ୟା ମୋନାଲିସା ସାହୁ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନେ ୧୮ବର୍ଷ ରୁ କମ କିଶୋରୀ ଓ ୨୧ ବର୍ଷରୁ କମ କିଶୋର ମାନେ କିଭଳି ବାଲ୍ୟବିବାହା ରୁ ଦୂରେଇ ରହିବେ ସେନେଇ ସଚେତନତା କରଥିଲେ ଓ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତୀ କିଶୋରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଶୁଚିସ୍ମିତା ଜେନା ଙ୍କ ସମେତ ଧବଳଗିରି ସେକ୍ଟର ର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *