ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା
ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଓ ସମୀକ୍ଷା କଲେ ପୋଲିସ ଡିଜି। ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବ ଡ୍ରୋନ୍। ସୁରକ୍ଷା ବ୍ୟବସ୍ଥା ସହ ଭିଡ ନିୟନ୍ତ୍ରଣ, ଅପରାଧିକ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୋଲିସ ପାଇଁ ବଡ଼ ଚାଲେଞ୍ଜ। ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। AI ଦ୍ବାରା ଟ୍ରାଫିକ, ଭିଡ ନିୟନ୍ତ୍ରଣ ହେବ।

ରେଲୱେ ଷ୍ଟେସନ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କୋଷ୍ଟ ଗାର୍ଡ ଏବଂ ଇଣ୍ଡିଆନ୍ ନ୍ୟାଭି ର ସହଯୋଗ ନିଆଯିବ। ସିନିୟର ପୋଲିସ ଅଧିକାରୀଙ୍କ ସହିତ ସମୀକ୍ଷା ପରେ ସୂଚନା ଦେଲେ ପୋଲିସ ଡ଼ିଜି ଓ୍ବାଇ ବି ଖୁରାନିଆଙ୍କ।
