ଆତ୍ମ ବିଶ୍ୱାସ
ଆତ୍ମ ବିଶ୍ୱାସ
ଗୋଲୋକବିହାରୀ ବେହେରା
ଆତ୍ମ ବିଶ୍ୱାସ ଓ ନିଷ୍ଠା ପରିଶ୍ରମ
ଏପରି ଔଷଧ ଭାଇ,
ପରାଜୟ ରୂପୀ ରୋଗକୁ ନିଶ୍ଚୟ
ଦୂର କରିଦେଇ ଥାଇ ।
ତୁମ ଠାରେ ଯଦି ସଫଳତା ପାଇଁ
ଆତ୍ମ ବିଶ୍ୱାସ ରହିବ,
ସମୟ ଆସିବ ଶିଖର ଦେଶରେ
ତୁମେ ପହଞ୍ଚି ପାରିବ ।
କରମ ସୌଭାଗ୍ୟ ମିଳନରେ ଶୀଘ୍ର
ସଫଳତା ଜଣେ ପାଏ,
ନିରନ୍ତର ଚେଷ୍ଟା ପରିଶ୍ରମ କଲେ
ସୌଭାଗ୍ୟ ଉଦୟ ହୁଏ ।
ତୁମର କଠିନ ପରିଶ୍ରମ ଝାଳ
ଏପରି ଦେହରୁ ବହୁ,
ଗରମ ପବନ ଶୀତଳ ଲାଗିବ
ସଫଳତା ପାଖେ ରହୁ ।
କ୍ଷତି ସହିବାର୍ ଶକ୍ତି ଯା’ର ଥାଏ
ଶେଷରେ ସେ ଲାଭ ପାଏ,
କଠିନ ରାସ୍ତାକୁ ନ ଡରି ଚାଲିଲେ
ସଫଳତା ଆସିଥାଏ
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬
