ଆନନ୍ଦପୁର ମହାବିଦ୍ୟାଳୟରେ ଆତ୍ମସୁରକ୍ଷ୍ୟା ତାଲିମ ଶିବିର ଉଦଯାପିତ
ଆନନ୍ଦପୁର ମହାବିଦ୍ୟାଳୟରେ ଆତ୍ମସୁରକ୍ଷ୍ୟା ତାଲିମ ଶିବିର ଉଦଯାପିତ
ଆନନ୍ଦପୁର ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମବର୍ଷର ମହିଳା ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷ୍ୟା ତାଲିମ ଶିବିରର ଉଦଯାପନ ଉତ୍ସବ ଗତ କାଲି ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ନାରାୟଣ ମିଶ୍ର ସଭାପତିତ୍ୱ କରି ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ତାଲିମ ଶିବିରର ଉଦେଶ୍ୟ ସମ୍ପର୍କରେ ଜଣାଇଥିଲେ। ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବ୍ଲକର ବିଡିଓ ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତ ଯୋଗ ଦେଇ ଛାତ୍ରୀ ମାନେ କିଭଳି ସବୁବେଳେ ସଚେତନ ଓ ସଜାଗ ରହି ନିଜକୁ ତଥା ନିଜର ଆତ୍ମୀୟ ଜନଙ୍କୁ ସୁରକ୍ଷୀତ ରଖିବେ ସେ ବିଷୟରେ ବୁଝାଇଥିଲେ। ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟର ଆକାଉଣ୍ଟ ବର୍ସର, ଏକାଡେମିକ ବର୍ସର, ଆଡମିନଷ୍ଟ୍ରେଟିଭି ବର୍ସର ଯୋଗ ଦେଇ ଛାତ୍ରୀ ମାନେ କିଭଳି ଶୃଙ୍ଖଳିତ ରହି ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ହେବେ ସେ ବିଷୟରେ ଆଲୋକପାତ କରିଥିଲେ।

ଏହି ସଭାରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଅନୀତା ଦାସ, ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଭାରତୀ ସାହୁ, ଓଡ଼ିଆ ସାହିତ୍ୟ ବିଭାଗୀୟ ମୁଖ୍ୟ ଶ୍ରିଲେଖା ସାହୁ, ଇତିହାସ ବିଭାଗୀୟ ମୁଖ୍ୟ ସଂଘମିତ୍ରା ରାଉତ, ଅଧ୍ୟାପିକା ଆରତୀ ଲୁଗୁନ, ସବିନା ଆରା ବେଗମ, ନିହାରିକା ପାତ୍ର, ସୁରୁଚି ସମ୍ପନ୍ନା ସ୍ୱାଇଁ, ମମତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମଟିର ଆରମ୍ଭରେ ପୁଷ୍ପଲତା ରାମ ଦୀପ ପ୍ରଜ୍ବଳନ ମନ୍ତ୍ରଗାନ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ସମନ୍ଵୟକାରୀ ମଧୁସ୍ମିତା ସାହୁ ସଂଯୋଜନା କରିଥିଲେ। ଏହି ୮ଦିନ ତାଲିମ ଶିବିରଟି ଟ୍ରେନର ସୀମନ୍ତିନି ସାହୁଙ୍କ ଦ୍ୱାରା ପରିଚାଳିତ ହୋଇଛି। ତାଲିମ ନେଉଥିବା ଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସଭାର ଅନ୍ତିମ ପଯ୍ୟାୟରେ ଅଧ୍ୟାପିକା ମିତାଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆତ୍ମସୁରକ୍ଷ୍ୟା ତାଲିମ ଶିବିରର ସଦସ୍ୟା ବାଣିଜ୍ୟ ବିଭାଗୀୟ ମୁଖ୍ୟ ହେମା ଗୁପ୍ତା, ଗଣିତ ବିଭାଗୀୟ ମୁଖ୍ୟ ମିତାଶ୍ରୀ ବେହେରା ଓ ପ୍ରାଣୀ ବିଜ୍ଞାନ ବିଭଗର ଲାବ୍ରୋଟାରି ଆସିଷ୍ଟାଣ୍ଟ ତନୁଶ୍ରୀ ପଣ୍ଡାଙ୍କ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଛି।
