ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମର ଉଦଯାପନୀ ଦିବସ!
ରାଇକିଆ, ତା ୧୮-୨୬: ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସର ରେ ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀମାନଙ୍କୁ ନିଜକୁ କିପରି ସଶକ୍ତ ଏବଂ ସୁରକ୍ଷିତ ରଖିବାଯାଇପାରିବ ସେଥିପ୍ରତି ବିସ୍ତୃତ ଆଲୋଚନା କରାଯାଇଥିଲା।ଉଲ୍ଲେଖ୍ୟ ଯେ, ଗତ ୧୭ ଫେବୃଆରୀ ଠାରୁ ୨୫ ଫେବୃଆରୀ ପର୍ଯ୍ୟନ୍ତ ଆଠଦିନ ଧରି ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ଏହି ତାଲିମ୍ ପ୍ରଦାନ କରାଯାଇଥିଲା।ସଭାରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଉମାକାନ୍ତ ରଥ ସଭାପତିତ୍ୱ କରିବା ସହିତ ଛାତ୍ରୀମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ.। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇକିଆ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ରୀନା ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ସଶକ୍ତ ହେବା ସହ ମନୋବଳ ଦୃଢ଼ କରିବା ପାଇଁ ପ୍ରେରଣାଦାୟକ ଉପଦେଶ ଦେଇଥିଲେ।

ସମ୍ମାନିତ ଅତିଥି ଶ୍ରୀ ଭୁବନ ମୋହନ ସାହୁ ମଧ୍ୟ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସଚେତନ କରାଇଥିଲେ। ବେଣୁପାଣି ମହାପାତ୍ର, ମଞ୍ଜୁଳା ସାହୁ, ସୁକାନ୍ତ କୁମାର ନାୟକ, ଦିଲ୍ଲୀପ କୁମାର ନାୟକ ଓ ଲିଜାଲିନ ଭୋଇ ଆଦି ଆତ୍ମସୁରକ୍ଷା ତାଲିମ୍ର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ।ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ତାଲିମ ଶ୍ରୀମତୀ ସୁନେଲି ପଲେଇ ଦେଇଥିଲେ।.ଏହି ଅବସରରେ ତାଲିମ୍ ପ୍ରାପ୍ତ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟ ର ଅଧ୍ୟାପିକା ତଥା ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ର ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ଗନ୍ତାୟତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶ୍ରୀ ଜଗନ୍ନାଥ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।
