ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଧରାକୋଟ,24/1/25ଧରାକୋଟ ନିକଟସ୍ଥ ମୁଣ୍ତମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗତ 15 ତାରିଖ ଠାରୁ ଆରମ୍ଭ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ଦିଗାମ୍ବର ବିଶୋଇ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ର ନିୟମାବଳୀ ଓ ଏହାର ଉପଯୋଗୀତା ବିଷୟରେ ଅବଗତ କରାଇବା ସହ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ଅଧ୍ୟାପକ ଶଙ୍କର ସାହୁ ଏହାର ପରିଚାଳନା କରିଥିବା ବେଳେ ଆତ୍ମ ସୁରକ୍ଷା ତାଲିମ ଶିବିର ର ସଂଜୋଜିକା ତଥା ଶିକ୍ଷା ବିଭାଗର ଅଧ୍ୟାପିକା ବବିତା ରାଣୀ ସାବତ ଶେଷରେ ଧନ୍ୟବାଦ ଅର୍ପଣ କରିବା ପରେ ଶିବିର ଉଦଯାପିତ ହୋଇଥିଲା ।

Leave a Reply

Your email address will not be published. Required fields are marked *