ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ
ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ
ରାଇକିଆ, 18/26-ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ନିର୍ଦେଶକ୍ରମେ ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି। ଛାତ୍ରୀମାନଙ୍କ ମନୋବଳ ବୃଦ୍ଧି, ଆତ୍ମବିଶ୍ୱାସ ସୃଷ୍ଟି ଏବଂ ଆପତ୍କାଳୀନ ପରିସ୍ଥିତିରେ ସଠିକ୍ ପଦକ୍ଷେପ ଗ୍ରହଣ କରିବାର କୌଶଳ ଉନ୍ନତି ପାଇଁ ଏହି ପ୍ରଶିକ୍ଷଣ ଆୟୋଜିତ ହୋଇଛି। ୧୭.୦୨.୨୦୨୬ ରୁ ୨୫.୦୨.୨୦୨୬ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବାକୁଥିବା ଏହି ପ୍ରଶିକ୍ଷଣ ଶିବିରରେ ଯୁକ୍ତ–୩ ପ୍ରଥମ ବର୍ଷର ଛାତ୍ରୀମାନେ ଅଂଶଗ୍ରହଣ କରିବେ। ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ଶାରୀରିକ କୌଶଳ, ସ୍ୱୟଂରକ୍ଷା ପ୍ରଣାଳୀ, ଆଇନ ଜ୍ଞାନ, ସାଇବର ସୁରକ୍ଷା ସଚେତନତା ଓ ଆପତ୍କାଳୀନ ସହାୟତା ପାଇଁ ବିଷୟରେ ପ୍ରଶିକ୍ଷଣ ଦିଆଯିବ।କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାକାନ୍ତ ରଥ ସଭାପତିତ୍ୱ କରି କହିଥିଲେ ଯେ, ବର୍ତ୍ତମାନ ସମୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ଶିକ୍ଷା ଅତ୍ୟନ୍ତ ଆବଶ୍ୟକ। ଏହା ତାଙ୍କୁ କେବଳ ଶାରୀରିକ ନୁହେଁ, ମାନସିକ ଭାବେ ମଧ୍ୟ ସଶକ୍ତ କରିଥାଏ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଏ. ସ୍ଵର୍ଣ୍ଣଲତା ପାତ୍ର, ଉଦ୍ବୋଧନ ଦେଇ କହିଥିଲେ ଯେ, ଆତ୍ମସୁରକ୍ଷା ତାଲିମ୍ ଛାତ୍ରୀମାନଙ୍କୁ ଭୟମୁକ୍ତ ଜୀବନ ବଞ୍ଚିବାର ଶକ୍ତି ଦେଇଥାଏ। ଏହା ସହ ଛାତ୍ରୀମାନଙ୍କୁ ସଚେତନ ରହିବା ସହ ଅନ୍ୟାୟ ବିରୋଧରେ ନିର୍ଭୀକ ଭାବେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ତାଙ୍କ ସହ ଶ୍ରୀମତୀ କଳ୍ପନା କୁମାରୀ ମଲ୍ଲିକ ମଧ୍ୟ ମହିଳା ସୁରକ୍ଷା ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ
ସ୍ୱାଗତ ଭାଷଣ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମଞ୍ଜୁଳା ସାହୁ ପ୍ରଦାନ କରିଥିବାବେଳେ, କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା ଅର୍ଥନୀତି ଅଧ୍ୟାପିକା ତଥା ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ର ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ଗନ୍ତାୟତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା , ଅଣ ଶିକ୍ଷକ କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରୀ ଉପସ୍ଥିତ ଥିଲେ। “ମୁଁ ସଶକ୍ତ, ମୁଁ ସଚେତନ, ମୁଁ ସୁରକ୍ଷିତ” ସ୍ଲୋଗାନ୍ ସହ ଛାତ୍ରୀମାନେ ଆତ୍ମସୁରକ୍ଷା ପ୍ରତି ସଂକଳ୍ପ ଗ୍ରହଣ କରିଥିଲେ।
